ଓଡ଼ିଆ ମହିଳାଙ୍କୁ ତାମିଲନାଡୁ‌ରେ ସ୍ବାମୀଙ୍କ ସମ୍ମୁଖରେ ଗଣଦୁଷ୍କର୍ମ

ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୭ ବର୍ଷୀୟା ଓଡ଼ିଆ ମହିଳାଙ୍କୁ ବନ୍ଧୁକ ମୁନରେ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବିହାରର ୩ ଜଣ ଶ୍ରମିକ ଏହି କାଣ୍ଡ ରଚିଥିବା ଅଭିଯୋଗ ହୋଇଛି।

 ETV Bharat

ତିରୁପୁର: ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୭ ବର୍ଷୀୟା ଓଡ଼ିଆ ମହିଳାଙ୍କୁ ବନ୍ଧୁକ ମୁନରେ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବିହାରର ୩ ଜଣ ଶ୍ରମିକ ଏହି କାଣ୍ଡ ରଚିଥିବା ଅଭିଯୋଗ ହୋଇଛି।

ତିରୁପୁରୁ ନର୍ଥ ଅଲ୍‌-ୱମ୍ୟାନ୍‌ ପୁଲିସ୍‌ ମଙ୍ଗଳବାର ରାତିରେ ଏହି ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମହିଳା ଜଣକ ତାଙ୍କ ସ୍ବାମୀ ଓ ୩ ବର୍ଷର ପିଲାକୁ ନେଇ ଫେବ୍ରୁଆରି ୧୭ ତାରିଖ ( ସୋମବାର ) ଦିନ ତିରୁପୁର ଯାଇଥିଲେ। ସେ ସେଠାକୁ ନିଜ ପାଇଁ ଚାକିରି ଖୋଜିବାକୁ ଯାଇଥିଲେ ବୋଲି ଜାଣିବାକୁ ମିଳିଛି।

ସେମାନେ ତିରୁପୁର ରେଳବାଇ ଷ୍ଟେସନ୍ ନିକଟସ୍ଥ ପୁଷ୍ପା ଜଙ୍କ୍‌ସନ୍‌ରେ ଛିଡ଼ା ହୋଇଥିଲେ। ସେତିକି ‌ବ‌େଳେ ୩ ଅଭିଯୁକ୍ତ ମହମ୍ମଦ ନଦିମ, ମହମ୍ମଦ ଦାନିସ୍‌ ଓ ମହମ୍ମଦ ମୁର୍‌ସିତ୍‌ ସେମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ସାଙ୍ଗରେ ନେଇ ଯାଇଥିଲେ। ସେମାନେ ବି ଚାଲି ଯାଇଥିଲେ। ଅଭିଯୁକ୍ତମାନେ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ସେଠାରେ ରାତିରେ ରହିବାକୁ କହିଲେ।

ସେମାନେ ରାତିରେ ରହିବାକୁ ୩ ଶ୍ରମିକ ପୁରୁଷ ଜଣଙ୍କୁ ଏକ ଦୌଡ଼ିରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଯଦି ସେମାନେ ଏ ସଂପର୍କରେ ପୁଲିସ୍‌ରେ ଜଣାନ୍ତି ତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe