Image Source: Hindustan Times
ଭୋପାଳ: ଶନିବାର ଦିନ ଭୋପାଳର ବିଦିଶା ସହରରେ ଥିବା ସରକାରୀ ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଗୋଟିଏ ପୁଅ ଜନ୍ମ କରିଥିବା କଥା ସେ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି।
ଜିଲ୍ଲା ଡାକ୍ତରଖାନାର ସିଭିଲ୍ ସର୍ଜନ୍ ଡାକ୍ତର ସଞ୍ଜୟ ଖାରେ କହିଛନ୍ତି: ସୋନୋଗ୍ରାଫି କରିବା ପରେ ବିଦିଶା ଜିଲ୍ଲା ଅନ୍ତର୍ଗତ ମାଳା ଗାଁର ସେ ମହିଳାଙ୍କୁ ଡାକ୍ତରମାନେ କହିଥିଲେଳ କି, ତାଙ୍କର ଯାଆଁଳା ପିଲା ହେବ। କିନ୍ତୁ, ଅସ୍ତ୍ରୋପଚାର ହୋଇ ପିଲା ଜନ୍ମ କରାଯିବା ପରେ ଦେଖାଗଲା ପିଲାଟିର ଗୋଟିଏ ଦେହରେ ଦୁଇଟି ମୁଣ୍ଡ ଏବଂ ତିନିଟି ହାତ ଅଛି।
ଏ ଖବର ପ୍ରଘଟ ହେବା ପରେ ପିଲାଟିକୁ ଦେଖିବାକୁ ଆସୁଥିବା ଜନତାଙ୍କୁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିୟନ୍ତ୍ରଣ କରିବାକୁ ପଡୁଛି।
 Image Source: ANIପିଲାଟିକୁ ଡାକ୍ତରଖାନାର ସ୍ପେସାଲ୍ ନିଉବର୍ଣ୍ଣ କେୟାର୍ ୟୁନିଟିସ୍ରେ ରଖାଯାଇ ତା’ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି।
ଡାକ୍ତର ପବିତ୍ର ଓସ୍ଓ୍ଵାଲ୍ କହନ୍ତି: ଅସ୍ତ୍ରୋପଚାର ଖୁବ୍ ଜଟିଳ ଥିଲା ଆଉ ଯୋଡ଼ାପିଲା ଜନ୍ମ ହେବ ବୋଲି ଆମେ ଆଶା କରି ନ ଥିଲୁ। ଦେଢ଼ ବର୍ଷ ତଳେ ବାହା ହୋଇଥିବା ସେ ମହିଳାଙ୍କର ଏହା ପ୍ରଥମ ପିଲା। ଅସ୍ତ୍ରୋପଚାର ପରେ ସେ ପରିବାର ଲୋକେ ସ୍ତବ୍ଧ ହୋଇ ଯାଇଥିଲେ, ତେଣୁ ଆମେ ଯୋଡ଼ା ପିଲା କଥା ସେ ମହିଳାଙ୍କୁ କହିଲୁ ନାହିଁ।
ଡାକ୍ତରଖାନାର ଶିଶୁ ବିଶେଷଜ୍ଞ ସୁରେନ୍ଦ୍ର ସୋଙ୍କାର କହନ୍ତି: ଆମେ ପିଲାଟିର ତତ୍ତ୍ୱ ନେଉଛୁ ଓ ପୂର୍ବରୁ ଏ ଭଳି ପିଲାଙ୍କର ଅସ୍ତ୍ରୋପଚାର କରାଇଥିବା ଭୋପାଳ ଏବଂ ଦିଲ୍ଲୀର ପ୍ରବୀଣ ଡାକ୍ତରମାନଙ୍କ ପରାମର୍ଶ ନେଉଛୁ।
  
 Follow Us