ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ବିସ୍ଫୋରଣରେ ମହିଳା ମୃତ, ସ୍ବାମୀ ଗୁରୁତର

Advertisment
ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ବିସ୍ଫୋରଣରେ ମହିଳା ମୃତ, ସ୍ବାମୀ ଗୁରୁତର

www.indiatoday.in

ଗଙ୍ଗାପୁର: ରାଜସ୍ଥାନର ଗଙ୍ଗାପୁରରେ ଏକ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ମେସିନ୍‌କୁ ଅନ୍‌ କରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ଏହି ଘଟଣା ଗଙ୍ଗାପୁରର ଉଦାଇ ମୋର୍ ଅଞ୍ଚଳରେ ଘଟିଛି। ଜାଣିବାକୁ ମିଳିଛି ଯେ କରୋନାରୁ ସୁସ୍ଥ ହୋଇ ଜଣେ ଆକ୍ରାନ୍ତଙ୍କ ଘରେ ବ୍ୟବହାର କରାଯାଉଥିବା ଏହି ମେସିନ୍‌‌ରେ ​​ଏପରି ଦୁର୍ଘଟଣା ଘଟିଛି।

ପୁଲିସ ସୂଚନାନୁସାରେ, ଆଇଏଏସ୍ ହର ସାହେ ମୀନାଙ୍କ ଭାଇ ସୁଲତାନ ସିଂ କୋଭିଡ -୧୯ କାରଣରୁ ଗତ ଦୁଇ ମାସ ଧରି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ନିଶ୍ୱାସ ନେବାରେ ସାହାଯ୍ୟ କରିବା ପାଇଁ ହସ୍ପିଟାଲ୍‌ରୁ ଫେରିବା ପରେ ତାଙ୍କ ଘରେ ଅକ୍ସିଜେନ୍‌  ବ୍ୟବସ୍ଥା କରାଯାଇଥିଲା ଏବଂ ସେ ଘରେ ରହି ଧୀରେ ଧୀରେ ସୁସ୍ଥ ହେଉଥିଲେ। ଏକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଥିବା ସିଂଙ୍କ ପତ୍ନୀ ସନ୍ତୋଷ ମୀନା ତାଙ୍କର ଦେଖାଶୁଣା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe