ମାଲଦ୍ୱୀପ ରାଷ୍ଟ୍ରପତିଙ୍କୁ ନିକଟତର କରିବା ପାଇଁ କଳାଯାଦୁର ସାହାଯ୍ୟ ନେବା ମହିଳାମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା

Advertisment
ମାଲଦ୍ୱୀପ ରାଷ୍ଟ୍ରପତିଙ୍କୁ ନିକଟତର କରିବା ପାଇଁ କଳାଯାଦୁର ସାହାଯ୍ୟ ନେବା ମହିଳାମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମାଲଦ୍ୱୀପରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳାମନ୍ତ୍ରୀ ରାଷ୍ଟ୍ରପତି ମୁଇଜ୍ଜୁଙ୍କୁ ନିକଟତର କରିବା ପାଇଁ କଳାଯାଦୁର ସାହାଯ୍ୟ ନେଇଥିବା ନେଇ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ମାଲଦ୍ୱୀପର ମହିଳା ମନ୍ତ୍ରୀ ଫାତିମା ଶମନାଜ ଅଲି ସଲିମଙ୍କୁ ଗିରଫ କରାଯାଇଛି।  ଗିରଫ ଫାତିମା ଶମନାଜ ଅଲି ସଲିମ ହେଉଛନ୍ତିପରିବେଶ ମନ୍ତ୍ରାଳୟର ରାଜ୍ୟ ମନ୍ତ୍ରୀ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶମନାଜ ଅଲିଙ୍କୁ ୭ ଦିନ ପାଇଁ ଜେଲ ପଠାଯାଇଛି। ଶାମନାଜ ଅଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମନ୍ତ୍ରୀ ଏଡମ ରମିଜଙ୍କ ପୂର୍ବତନ ପତ୍ନୀ। ଗିରଫ ପୂର୍ବରୁ ପୁଲିସ ତାଙ୍କ ଘରେ ଚଢ଼ାଉ କରି କଳାଯାଦୁର କିଛି ଜିନିଷ ଜବତ ବି କରିଥିଲା। ଏଥିସହିତ ମୁଇଜ୍ଜୁ ସରକାର ଶାମନାଜଙ୍କ ପୂର୍ବତନ ସ୍ୱାମୀଙ୍କୁ ମଧ୍ୟ ନିଲମ୍ବିନ କରିଛନ୍ତି। ଗିରଫମନ୍ତ୍ରୀ ଶମନାଜ ଅଲି ସଲିମ ତିନି ସନ୍ତାନର ମା ରହିଛନ୍ତି।

କୁହାଯାଉଛି ଯେ ମହିଳାମନ୍ତ୍ରୀଙ୍କ ସ୍ୱାମୀ ଏଡମ ରମିଜ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ। ତେବେ କୌଣସି କାରଣବଶତଃ ଗତ କିଛି ମାସ ହେବ ତାଙ୍କୁ ରାଷ୍ଟ୍ରପତିଙ୍କ ସହ ଦେଖା କରାଯାଇ ଦିଆଯାଉ ନଥିଲା। ଏଡମ ରମିଜଙ୍କୁ କାହିଁକି ରାଷ୍ଟ୍ରପତିଙ୍କ ସହ ଭେଟିବାକୁ ଦିଆଯାଉ ନଥିଲା? ଶମନାଜ ଅଲିଙ୍କ କଳାଯାଦୁ ଘଟଣାରେ ସେ ଜଡିତ ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe