ନୂଆଦିଲ୍ଲୀ: ଅନେକ ଥର ରୋଷେଇ ଘରେ କାମ କରିବା ସମୟରେ ଏପରି ଘଟଣା ଘଟେ, ଯାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ଭୟଭୀତ କରି ଦେଇଥାଏ।
ସମ୍ପ୍ରତି ଏପରି ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏଥିରେ ଜଣେ ମହିଳାଙ୍କୁ ରୋଷେଇ ଘରେ ବାସନ ଧୋଉଥିବାର ଦେଖିବାକୁ ମିଳୁଛି। କିଛି ସମୟ ପରେ ହଠାତ୍ ତାଙ୍କ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେଉଛି। ଏହାପରେ ରୋଷେଇ ଘରେ ଥିବା ଜିନିଷପତ୍ର ଏଣେତେଣେ ବିଛେଇ ହୋଇପଡ଼ୁଛି।
ଏହି ବିସ୍ଫୋରଣ ଏତେ ଭୟାବହ ଥିଲା କି ମହିଳା ଜଣକ ଛିଟିକି ପଡ଼ିଥିଲେ।
ସୌଭାଗ୍ୟବଶତଃ ଏଥିରେ ତାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିଲା। ସେ ତୁରନ୍ତ ରୋଷେଇ ଘରୁ ବାହାରକୁ ବାହାରି ଆସିଥିଲେ। ଘରେ ଥିବା ଅନ୍ୟଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଯାଇ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଘଟଣାର ଦୃଶ୍ୟ ରୋଷେଇ ଘର ବାହାରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ଯାହାକୁ ପରିବାରଲୋକ ଦେଖିବା ପରେ ପୂରା ଘଟଣା କେମିତି ଘଟିଥିଲା ତାହା ଜାଣି ପାରିଥିଲେ।
ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ରୋଷେଇ ଘରେ କାମ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସର୍ବଦା ଗ୍ୟାସ ସିଲିଣ୍ଡରରେ କିଛି ତ୍ରୁଟି ଅଛି କି ନାହିଁ ତାହାକୁ ନିଶ୍ଚିତ ଭାବେ ପରଖି ନିଅନ୍ତୁ।
Follow Us