ନବରାତ୍ରୀ ପାଇଁ ନିରାମିଷ ବିରିୟାନି ଅର୍ଡର କରିଥିଲେ ମହିଳା, ଆସିଲା ଚିକେନ୍ ବିରିୟାନି

ନବରାତ୍ରୀ ପାଇଁ ନିରାମିଷ ବିରିୟାନି ଅର୍ଡର କରିଥିଲେ ମହିଳା। ଆସିଲା ଚିକେନ୍ ବିରିୟାନି। ଗ୍ରେଟର ନୋଏଡା(ପଶ୍ଚିମ)ରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଲିସ ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ।

tnonvejbiriy

ନୂଆଦିଲ୍ଲୀ: ନବରାତ୍ରୀ ପାଇଁ ନିରାମିଷ ବିରିୟାନି ଅର୍ଡର କରିଥିଲେ ମହିଳା। ଆସିଲା ଚିକେନ୍ ବିରିୟାନି। ଗ୍ରେଟର ନୋଏଡା(ପଶ୍ଚିମ)ରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ରହୁଥିବା ଜଣେ ଯୁବତୀ ସ୍ୱିଗିରୁ ନିରାମିଷ ବିରିୟାନି ଅର୍ଡର କରିଥିଲା। ​​କିନ୍ତୁ ତାଙ୍କୁ ଚିକେନ୍ ବିରିୟାନି ଡେଲିଭର କରାଯାଇଥିଲା। ନବରାତ୍ରୀ ଭଳି ପବିତ୍ର ଦିନ‌ରେ ଏଭଳି ଘଟିବାରୁ ମହିଳା ଜଣକ ଏକ ଭିଡିଓ ଜାରି କରି ଅନଲାଇନ୍ ସାଇଟ୍ ସ୍ୱିଗିକୁ ସମାଲୋଚିତ କରିଛନ୍ତି।

ଛାୟା ଶର୍ମା ଇନଷ୍ଟାରେ ଏକ ଭିଡିଓ ସେୟାର କରି ପୂରା ଘଟଣା ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ, "ନବରାତ୍ରୀ ଅବସରରେ ସେ “ଲଖନୱୀ କବାବ୍ ପରାଠା”ରୁ ନିରାମିଷ ବିରିୟାନି ଅର୍ଡର କରିଥିଲେ। ଖାଦ୍ୟ ଆସିବା ପରେ ସେ ନିରାମିଷ ଭାବି ୨ଚାମଚ ବିରିୟାନି ଖାଇଥିଲେ। ଏହା ପରେ ବିରିୟାନିରେ ମାଂସ ଖଣ୍ଡ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଅଭିଯୋଗ କରିବାକୁ ସେ “ଲଖନୱୀ କବାବ୍ ପରାଠା” କଳ୍ କରିଥିଲେ ବି କେହି ଫୋନ ଉଠାଇନଥିଲେ। ନବରାତ୍ରୀ ଭଳି ଦିନରେ ସ୍ବିଗି ଏଭଳି କରିଥିବାରୁ ଏହାକୁ କଡ଼ା ନିନ୍ଦା କରିଛନ୍ତି ଛାୟା।"

ଅନ୍ୟପକ୍ଷରେ ସେଣ୍ଟ୍ରାଲ୍ ନୋଏଡା ଡିସିପି ଶକ୍ତି ମୋହନ ଅବସ୍ତି କହିଛନ୍ତି, ଆମେ ତଦନ୍ତ କରି ରେଷ୍ଟୁରାଣ୍ଟ ପରିଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe