ପାଟନା:ବିହାର ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ନେତାମାନେ ନିଜନିଜ ପ୍ରଚାର ପାଇଁ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଫୋର୍ବସଗଞ୍ଜର ଦୀନଦୟାଲ ଚୌକରେ ଏନଡିଏର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ଟାରେ ହେବାର ଥିଲା। ଏହି ଉଦଘାଟନ ପାଇଁ ଦଳୀୟ କର୍ମୀଙ୍କ ସହିତ ବହୁ ସଂଖ୍ୟକ ମହିଳା ସକାଳେ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ।
बिहार: अररिया के फारबिसगंज में एनडीए कार्यालय उद्घाटन के दौरान महिलाओं का सब्र टूटा और छठ पर साड़ी व सामान की आस में सुबह से बैठी थीं, देर तक इंतज़ार के बाद महिलाएं कुर्सी को अपने माथे पर उठाकर चलती बनीं#BiharNews#Arariapic.twitter.com/QnnN85bQll
— NDTV India (@ndtvindia) October 26, 2025
ଅଧିକପଢ଼ନ୍ତୁ:ଷ୍ଟଣ୍ଟ ଦେଖାଉଥିଲେ ଯୁବକ...ସାଙ୍ଗମାନଙ୍କ ଫୋନରେ ରେକର୍ଡ ହେଲା ମୃତ୍ୟୁର ସିଧାସଳଖ ଦୃଶ୍ୟ
ନେତାଙ୍କ ମିଳିଲା ନାହିଁ ଦେଖା
ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଛଟ ପାଇଁ ଶାଢ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ସନ୍ଧ୍ୟା ଗଡ଼ି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ରମରେ କୌଣସି ନେତାଙ୍କ ଦେଖା ନଥିଲା କି ପ୍ରତିଶ୍ରୁତି ଅନୁଯାୟୀ କୌଣସି ସାମଗ୍ରୀ ବଣ୍ଟନ କରାଯାଇ ନଥିଲା।
ପ୍ରତିଶ୍ରୁତି ଅନୁଯାୟୀ ଦିଆଗଲା ନାହିଁ ଶାଢ଼ି
ଏହାପରେ କିଛି ମହିଳାମାନେ ଏକଜୁଟ ହୋଇ ସେମାନଙ୍କ ସହିତ ଠକେଇ ହୋଇଥିବାର ଶିକାର କରି ବସିଥିବା ଚୌକିସବୁକୁ ଉଠାଇ ଫିଙ୍ଗିବାର ଆରମ୍ଭ କରିଥିଲେ।ଏହାପରେ ଘଟଣାସ୍ଥଳରେ ଥିବା ପୁଲିସ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ମହିଳାମାନଙ୍କୁ ବୁଝାସୁଝା କରି ଶାନ୍ତ କରାଇଥିଲା।
ଅଧିକପଢ଼ନ୍ତୁ:ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ପରିଚୟ ଦେଇ ଗାୟକଙ୍କୁ ଧମକ, ‘୧୫ଲକ୍ଷ ଟଙ୍କା ନଦେଲେ ପରିବାର ହେବ ଧ୍ବଂସ’
bihar assembly election NDA
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-15-2025-10-26-17-12-01.jpg)