ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର ମାଣ୍ଡିରେ ବାଇକ୍ ଷ୍ଟଣ୍ଟ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକଙ୍କ ନାମ ଅନିକେତ ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ବାଇକଷ୍ଟଣ୍ଟ ନେଲା ଜୀବନ

ସୂଚନାଯୋଗ୍ୟ, ମାଣ୍ଡି ଜିଲ୍ଲାର ବଲହ ଅଞ୍ଚଳର ନଗଚଲାର ବାସିନ୍ଦା ଅନିକେତ କିରତପୁର-ମନାଲି ଫୋରଲେନର ମଲୋରି ଟନେଲ ନିକଟରେ ବାଇକଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସେ ତାଙ୍କ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁଃଖର ବିଷୟ ଘଟଣାସ୍ଥଳରେ ହିଁ ଅନିକେତଙ୍କ ମୃତ୍ୟୁ ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଯୁବକଙ୍କ ମୃତ୍ୟୁର ଦୃଶ୍ୟ ସାଙ୍ଗମାନଙ୍କ ଫୋନରେ ହେଲା କୈଦ

ଅନିକେତ ଜଣେ ବି.ଟେକ୍ ଛାତ୍ର ଥିଲେ ଏବଂ ନିୟମିତ ଭାବରେ ଇନଷ୍ଟାଗ୍ରାମରେ ତାଙ୍କ ବାଇକ ଷ୍ଟଣ୍ଟ ରିଲ ସେୟାର କରୁଥିଲେ। 
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅନିକେତ ଷ୍ଟଣ୍ଟ କରୁଥିବା ସମୟରେ ତାଙ୍କ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ବେକ ଭାଙ୍ଗିଯିବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।  ଅନିକେତ ଷ୍ଟଣ୍ଟ କରୁଥିବା ବେଳେ ତାଙ୍କ ସାଥୀମାନେ ଘଟଣାର ଭିଡିଓ କରୁଥିଲେ। ତେଣୁ ସମଗ୍ର ଘଟଣା ମୋବାଇଲରେ କୈଦ ହୋଇଯାଇଥିଲା। 

ଅଧିକପଢ଼ନ୍ତୁ: ଚନ୍ଦ୍ରପୁର ରାସ୍ତାରେ ବାଘୁଣୀ ଆତଙ୍କ, ଆରୋହୀଙ୍କୁ ଆକ୍ରମଣ ଭିଡିଓ ଭାଇରାଲ

Bike Himachal Pradesh youngman dies