ପୂର୍ବତନ ରାଷ୍ଟ୍ରପତି ଜାକିର୍‌ ହୁସେନ୍‌ଙ୍କ ନାତି ରହମନଙ୍କ ନିକ୍‌ହା କଲେ ଜଣେ ମହିଳା କାଜି

Advertisment
ପୂର୍ବତନ ରାଷ୍ଟ୍ରପତି ଜାକିର୍‌ ହୁସେନ୍‌ଙ୍କ ନାତି ରହମନଙ୍କ ନିକ୍‌ହା କଲେ ଜଣେ ମହିଳା କାଜି

www.indiatoday.in

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଜାକିର୍‌ ହୁସେନ୍‌ଙ୍କ ନାତି ରହମନଙ୍କର ନିକ୍‌ହା(ବିବାହ) କରିଛନ୍ତି ଜଣେ ମହିଳା କାଜି। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଏହି ନିକ୍‌ହା ହୋଇଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି।

ରହମନ୍‌ ଓ ଉର୍ଷିଲା ଅଲ୍ଲୀଙ୍କର ନିକ୍‌ହା କରିଥିବା ମହିଳା ଜଣକ ହେଉଛନ୍ତି ସୟଦା ସାଇୟାଦେନ୍‌ ହମିଦ୍‌। ସେ ହେଉଛନ୍ତି ଯୋଜନା ଆୟୋଗର ପୂର୍ବନତ ସଦସ୍ୟା। ସେ ହମିଦ୍‌ ରହମାନ ଓ ଉର୍ଷିଲା ଅଲ୍ଲୀଙ୍କ ନିକ୍‌ହାରେ କାଜି ହୋଇ ପୂରା ନିକ୍‌ହା ସଂପନ୍ନ କରିଥିଲେ।

ଏହି ନିକ୍‌ହାନାମମ ପାଇଁ ରହିଥିବା ସର୍ତ୍ତାବଳୀ ମୁସଲ୍‌ମାନ ମହିଳା ଫୋରମ୍‌ର ତତ୍ବାବଧାନରେ ପ୍ରସ୍ତୁତ କରାଯାଇଥିଲା ବୋଲି ହାମିଦ୍‌ ଏକ ବିବୃତିରେ କହିଛନ୍ତି। ଏହି ନିଆରା ନିକ୍‌ହାକୁ ସୋସିଆଲ୍‌ ମିଡିଆରେ ବହୁ ଗ୍ରହଣୀୟତା ମିଳିଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଏହି ପରିବର୍ତ୍ତନକୁ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe