୨୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଟୋ ଚାଳକ ଗିରଫ

ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଏବଂ ତାଙ୍କ ଗୁପ୍ତାଙ୍ଗରେ‌ ବ୍ଲେଡ୍‌ ଓ ପଥର ଭର୍ତ୍ତି କରିବା ଅଭିଯୋଗରେ ଜଣେ ଅଟୋ ଚାଳକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। 

Rape12345

ମୁମ୍ବାଇ: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଏବଂ ତାଙ୍କ ଗୁପ୍ତାଙ୍ଗରେ‌ ବ୍ଲେଡ୍‌ ଓ ପଥର ଭର୍ତ୍ତି କରିବା ଅଭିଯୋଗରେ ଜଣେ ଅଟୋ ଚାଳକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। 

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରାର ବାସିନ୍ଦା ମହିଳା ଜଣଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗୋରେଗାଓଁର ରାମ ମନ୍ଦିର ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ମହିଳା ଜଣକ ପୁଲିସ୍‌କୁ ବୟାନ ଦେଇ କହିଛନ୍ତି ଯେ ସେ ଦିନକ ପୂର୍ବରୁ ଟ୍ରେନ୍ ଯୋଗେ ମୁମ୍ବାଇ ଯାତ୍ରା କରିଥିଲେ।

ପୁଲିସ୍‌ ପ୍ରଥମିକ ତଦନ୍ତ କରି ଜାଣିବାକୁ ପାଇଛି ଅଟୋ ଡ୍ରାଇଭର ଜଣକ ଭାସାଇ ବେଳାଭୂମିରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ମହିଳା ଜଣକ ରେଳ ଷ୍ଟେସନକୁ ଯାଇ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିଥିଲେ ଯେ ଅଟୋ ଡ୍ରାଇଭର ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି।

ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଯାହା ଜଣାପଡିଥିଲା ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ବ୍ଲେଡ୍ ଏବଂ ପଥର ସମେତ ବିଭିନ୍ନ ଜିନିଷଗୁଡ଼ିକୁ ଭର୍ତ୍ତି କରିଥିଲେ ଅଭିଯୁକ୍ତ। ସେସବୁକୁ ତାଙ୍କ ଗୁପ୍ତାଙ୍ଗରେ ଜୋରଜବରଦସ୍ତି ପ୍ରବେଶ କରାଯାଇଥିଲା। ଡାକ୍ତରମାନେ ସଫଳତାର ସହ ଜିନିଷଗୁଡ଼ିକୁ ବାହାର କରିଛନ୍ତି। ମହିଳା ଜଣକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe