ଆଶ୍ରମ ମଧ୍ୟରେ ଦୀର୍ଘ ବର୍ଷାଧିକ ମହିଳାଙ୍କୁ ବନ୍ଦୀରଖି ଦୁଷ୍କର୍ମ କରୁଥିବା ୩ ଦୁଷ୍କର୍ମକାରୀ ଓ ଦୁଷ୍କର୍ମକାରୀଙ୍କୁ ବ୍ଲାକ୍‌ମେଲ କରୁଥିବା ଅନ୍ୟ ୩ ଏନ୍‌ଜିଓ କର୍ମୀ ଗିରଫ

Advertisment

ମିଥ୍ୟା ଚୋରି ମାମଲା ତଦନ୍ତରୁ ପର୍ଦ୍ଦାଫାସ ହେଲା ବଡ଼ ଅପରାଧର

ମିଥ୍ୟା ଚୋରି ମାମଲା ତଦନ୍ତରୁ ପର୍ଦ୍ଦାଫାସ ହେଲା ବଡ଼ ଅପରାଧର

ଆଶ୍ରମ ମଧ୍ୟରେ ଦୀର୍ଘ ବର୍ଷାଧିକ ମହିଳାଙ୍କୁ ବନ୍ଦୀରଖି ଦୁଷ୍କର୍ମ କରୁଥିବା ୩ ଦୁଷ୍କର୍ମକାରୀ ଓ ଦୁଷ୍କର୍ମକାରୀଙ୍କୁ ବ୍ଲାକ୍‌ମେଲ କରୁଥିବା ଅନ୍ୟ ୩ ଏନ୍‌ଜିଓ କର୍ମୀ ଗିରଫ

Outlookindia

ଅହମ୍ମଦାବାଦ: ଗୁଜୁରାଟର ଏକ ଆଶ୍ରମ ମଧ୍ୟରେ ଜନୈକା ୩୫ ବର୍ଷ ବୟସ୍କା ମହିଳାଙ୍କୁ ବନ୍ଦୀ ରଖି ଆଶ୍ରମର ତିନିଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ପୁଲିସ୍‌ ଗିରଫ କରିବା ପରେ ଏହି ଘଟଣାକୁ କେନ୍ଦ୍ରକରି ଏବେ ଅନେକ ରହସ୍ୟର ପର୍ଦ୍ଦାଫାସ ହେବା ଆରମ୍ଭ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ପରେ ଘଟଣା ସଂପର୍କରେ ତଦନ୍ତ କରି ପୁଲିସ ଏହି ଘଟଣାରେ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହି ତିନିଜଣ ଦୁଷ୍କର୍ମକାରୀମାନଙ୍କୁ ବ୍ଲାକ୍‌ମେଲ କରିବା ସହ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ।

publive-image Timesnow

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ; ରଘୁରାମ ଭାଗବତ, ଜଗଦୀଶ ଭାଗବତ ଏବଂ ଭବଶ ଭାଗବତ ନାମକ ତିନିଜଣ ଅଭିଯୁକ୍ତ ସଂପୃକ୍ତା ପୀଡ଼ିତା ମହିଳାଙ୍କୁ ଅମରେଲିର ଶନି ଦେବଦାସ ଆଶ୍ରମରେ ଥିବା ଏକ କୋଠରି ମଧ୍ୟରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ବନ୍ଦୀ କରି ରଖିବା ସହ ତାଙ୍କୁ ନିୟମିତ ଭାବେ ଦୁଷ୍କର୍ମ କରି ଆସୁଥିଲେ। ସଂପୃକ୍ତା ମହିଳା ଜଣକ ଆଶ୍ରମରେ ମୂଲ କାମ କରିବାକୁ ଆସିଥିବା ବେଳେ ଅଭିଯୁକ୍ତ ତିନିଜଣ ମିଳତ ଭାବେ ତାଙ୍କୁ ଆଶ୍ରମର ଏକ କଠୋରି ମଧ୍ୟରେ କୌଶଳ କ୍ରମେ ବନ୍ଦୀ କରି ରଖିଦେବା ସହ ତାଙ୍କୁ ନିୟମିତ ଭାବେ ଦୁଷ୍କର୍ମ କରି ଆସୁଥିଲେ।

ତେବେ, ସେହି ଆଶ୍ରମକୁ ଆସୁଥିବା ପ୍ରବୀଣ ରାଥୋଡ, ରମେଶ ମାରୁ ଏବଂ ଜିଗିଶ ମନଭର୍‌ ନାମକ ତିନିଜଣ ବ୍ୟକ୍ତି କୌଣସି ସୂତ୍ରରୁ ଏଘଟଣା ସଂପର୍କରେ ଜାଣିବା ପରେ ସଂପୃକ୍ତା ପୀଡ଼ିତା ମହିଳାଙ୍କ ନିକଟରେ ଯାଇ ପହଞ୍ଚିଥିଲେ। ଏବଂ ସେମାନେ ନିଜକୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ ବୋଲି ପରିଚୟ ଦେବା ସହ ପୀଡ଼ିତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହେଲେ, ପରବର୍ତ୍ତୀ ସମୟରେ ଏହି ତିନିଜଣ ବ୍ୟକ୍ତି ମହିଳାଙ୍କ ଅଗୋଚରରେ ତାଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳର ଭିଡିଓକୁ ରେକର୍ଡିଂ କରି ନେଇଥିଲେ। ଏବଂ ଅହି ଭିଡିଓକୁ ଆୟୂଧ କରି ‘ସାଧୁ ଭାଗବତ’ ବା ସାଧୁଙ୍କ ଭକ୍ତ ବୋଲି ଦାବି କରୁଥିବା ତିନି ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ବ୍ଲାକ୍‌ମେଲ କରିବା ସହ ଘଟଣା ପ୍ରଘଟ କରିଦେବାର ଧମକ ଦେଇ ଦୁଷ୍କର୍ମକାରୀମାନଙ୍କ ନିକଟରୁ ବଳପୂର୍ବକ ଅର୍ଥ ଆଦାୟ ମଧ୍ୟ କରୁଥିଲେ। ଏପରିକି ୪୫ ଲକ୍ଷ ଟଙ୍କା ନଦେଲେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ସୁଦ୍ଧା ଦେଉଥିଲେ।

ଶେଷରେ ବ୍ଲାକ୍‌ମେଲକାରୀଙ୍କ ଦୌରାତ୍ମ୍ୟରୁ ବଞ୍ଚିବାକୁ ଦୁଷ୍କର୍ମକାରମାନେ ପ୍ରବୀଣ, ରମେଶ ଏବଂ ଜିଗିଶ ନାମରେ ମିଥ୍ୟା ଚୋରି ମାମଲା ପୁଲିସ୍‌ ନିକଟରେ ଆଗତ କରିଥିଲେ। ହେଲେ, ଏହି ମିଥ୍ୟା ଚୋରି ମାମଲାର ତଦନ୍ତ କରି ଯେତେବେଳେ ଖୋଳତାଡ଼ ଆରମ୍ଭ କରିଥିଲା, ସେତେବେଳେ ଯାଇ ପୂରା ଘଟଣା ଲୋକଲୋଚନକୁ ଆସିଥିଲା। ଏବେ ପୁଲିସ୍‌ ଆଶ୍ରମ ମଧ୍ୟରୁ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରିବା ସହ ୩ ଦୁଷ୍କର୍ମକାରୀ ଓ ୩ ବ୍ଲାକ୍‌ମେଲକାରୀଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe