ଦର ବୃଦ୍ଧି ପାଇଁ ସ୍ବାମୀଙ୍କୁ ଭଡ଼ାରେ ଲଗାଇଲେ ସ୍ତ୍ରୀ

Advertisment
ଦର ବୃଦ୍ଧି ପାଇଁ ସ୍ବାମୀଙ୍କୁ ଭଡ଼ାରେ ଲଗାଇଲେ ସ୍ତ୍ରୀ

ନୂଆଦିଲ୍ଲୀ: ଦେଶ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଦିନକୁ ଦିନ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ବିଶେଷ କରି ଦର ବୃଦ୍ଧି ପାଇଁ ମଧ୍ୟବିତ୍ତମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଗଣମାଧ୍ୟମରେ ସବୁଦିନ ଦେଖୁଥିବା ଖବର ଭିତରେ ବେଳେ ବେଳେ ଦରବୃଦ୍ଧି ପାଇଁ ଲୋକେ କରୁଥିବା କିଛି ଏଭଳି କାମର ଖବର ଆସୁଛି ଯାହା ସମସ୍ତଙ୍କୁ ଏକ ଭିନ୍ନ ଚେତନା ଆଡ଼କୁ ନେଇଯାଉଛି । ବ୍ରିଟେନରୁ ଏବେ ଏମିତି ଏକ ଖବର ଆସିଛି ଯେଉଁଠି ଜଣେ ମହିଳା ଟଙ୍କା ପାଇଁ ତାଙ୍କ ସ୍ବାମୀଙ୍କୁ ଭଡ଼ାରେ ଲଗାଉଛନ୍ତି । ବଢ଼ୁଥିବା ମୁଦ୍ରାସ୍ଫୀତିକୁ ଆଖିରେ ରଖି ସେ ଏପରି କରୁଥିବା ମହିଳାଜଣକ କହିଛନ୍ତି ।

ଲୋରା ନାମକ ଏହି ମହିଳାଜଣକ ନିଜ ସ୍ବାମୀଙ୍କ ଭଡ଼ାରେ ନେବା ଲଗାଇବା ପାଇଁ ‘ହାୟର ମାଇଁ ହ୍ୟାଣ୍ଡି ହବି’ ନାମରେ ଏକ ୱେବସାଇଟ ତିଆରି କରିବା ସହ ସେହି ନାମରେ ଫେସବୁକରେ ମଧ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି । ଲୋରା ଆଗରୁ ଘର ଚଳାଇବା ପାଇଁ ଲୋକଙ୍କ ଘରେ ମାମୁଲି କାମ କରୁଥିଲେ। ହେଲେ ପରେ ସେ ତାଙ୍କ ସ୍ବାମୀଙ୍କୁ ମଧ୍ୟ କାମରେ ଲଗାଇବା ପାଇଁ ଚିନ୍ତା କଲେ । ତାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀ ଅନେକ ଦକ୍ଷତାର ଅଧିକାରୀ ଅଟନ୍ତି। ସେ କିଛିବି କାମ ଅତି ସହଜରେ କରିପାରନ୍ତି । ରେ‌ାଷେଇଠାରୁ ଆରମ୍ଭ କରି ଡାଇନିଂ ଟେବୁଲ ତିଆରି ଏବଂ ଖଟ ତିଆରି ଭଳି କାମ ମୋ ସ୍ବାମୀ ଭଲ ଭାବରେ ଜାଣନ୍ତି। ତାଙ୍କର ଏହି ସବୁ ଦକ୍ଷତାକୁ କାମରେ ଲଗାଇବା ପାଇଁ ମୁଁ ଅନଲାଇନ ଜରିଆରେ ତାଙ୍କୁ ଭଡ଼ାରେ ଦେବା ଆରମ୍ଭ କରିଥିଲି।

ଲୋରାଙ୍କ ସ୍ବାମୀ ଜେମ୍ସ୍ ଆଗରୁ ବିୟର ହାଉସ୍ ରେ କାମ କରୁଥିଲେ। ହେଲେ ୨ବର୍ଷ ହେଲାଣି ସେ ଚାକିରି ଛାଡ଼ି ବସିଥିଲେ । ଫଳରେ ପିଲା-ପରିବାରର ଦେଖାଶୁଣା ପାଇଁ ଲୋରାଙ୍କୁ କାମ କରିବାକୁ ପଡ଼ୁଥିଲା । ହେ‌ଲେ ଏବେ ଜେମ୍ସଙ୍କୁ ଭଡ଼ା ଲଗାଇବା ପରେ ଗୋଟିଏ ଘରୁ ୩୪୦୦ ଟଙ୍କା ରୋଜଗାର କରୁଛନ୍ତି ଲୋରା ଓ ଜେମ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe