ପୋଷା କୁକୁର ପାଇଁ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିଲେ ଯୁବତୀ

ପୋଷା କୁକୁର ପାଇଁ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିଲେ ଯୁବତୀ | ନୋଏଡାରେ ଘଟିଛି ଏଭଳି ଘଟଣା | ପୋଷା କୁକୁରକୁ ବାହାରକୁ ବୁଲାଇବାକୁ ଆଣିଥିବା ବେଳେ ବୃଦ୍ଧ ଦମ୍ପତି କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହିବାରୁ ଝଗଡା ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି |

noidaaaa

ନୋଏଡା: ପୋଷା କୁକୁର ପାଇଁ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିଲେ ଯୁବତୀ | ଭାଇରାଲ ହେଲା ଭିଡିଓ | ଏବେ ନୋଏଡାରେ ଘଟିଛି ଏଭଳି ଘଟଣା | ପୋଷା କୁକୁରକୁ ବାହାରକୁ ବୁଲାଇବାକୁ ଆଣିଥିବା ବେଳେ ବୃଦ୍ଧ ଦମ୍ପତି କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହିବାରୁ ଝଗଡା ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି | ୨ଯୁବତୀ କୁକୁର ବୁଲାଇବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିଥିଲେ | 

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପୋଷା କୁକୁରକୁ ବାହାରକୁ ବୁଲାଇବାକୁ 
 ଆଣିଥିବା ୨ଯୁବତୀଙ୍କୁ କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହୁଛନ୍ତି ବୃଦ୍ଧ ଦମ୍ପତି | ଏହା ଶୁଣି ରାଗିଯିବା ସହ ଜଣେ ଯୁବତୀ ଝଗଡା କରିବା ଆରମ୍ଭ କରୁଛନ୍ତି | 'ମୁଁ ବହୁତ କିଛି କରିପାରେ | ଏମିତି ଗୋଟେ ଚାପୁଡ଼ା ମାରିବି...' ଏଭଳି କହି ସେ ପ୍ରଥମେ ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଦେଉଛନ୍ତି | ଏହା ଦେଖି ଉପସ୍ଥିତ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେ ବୃଦ୍ଧ ମହିଳାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରୁଛନ୍ତି | ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଯୁବତୀଙ୍କୁ ଟାଣି ଟାଣି ଦୂରକୁ ନେଇଯାଉଛନ୍ତି |

ନୋଏଡାର ସେକ୍ଟର ୭୮ରେ ଥିବା ହାଇଡ ପାର୍କ ସୋସାଇଟିରେ ଏହି ଘଟଣା ଘଟିଛି | ଏନେଇ ଏତଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe