କୈଥଲ୍: ବୁଧବାର ଦିନ ହରିୟାଣାର କୈଥଲ୍ ଅନ୍ତର୍ଗତ ନିଜ ନିର୍ବାଚନ ମଣ୍ଡଳୀରେ ବନ୍ୟା ପରିସ୍ଥିତି ସମୀକ୍ଷା କରୁଥିବା ବେଳେ ‘ଜେଜେପି’ ବିଧାୟକ ଈଶ୍ବର ସିଂହଙ୍କୁ ଜଣେ ମହିଳା ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ହରିୟାଣାରେ ‘ବିଜେପି’ ନେତୃତ୍ବାଧୀନ ମେଣ୍ଟ ସରକାରେ ‘ଜନନାୟକ ଜନତା ପାର୍ଟି’ (ଜେଜେପି) ହେଉଛି ଅନ୍ୟତମ ସଦସ୍ୟ। ଘାଗ୍ଗର ନଦୀ ଉଛୁଳିବା ଯୋଗୁଁ ଘୁଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟିଆ ଗାଁରେ ଭୀଷଣ ବନ୍ୟା ହୋଇଥିଲା।
ବିଧାୟକ ସିଂହ ସେଠାରେ ପହଞ୍ଚି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି ବୋଲି କହିବାରୁ ଉକ୍ତ ମହିଳା ଓ ଆଉ କିଛି ଲୋକ ଚିଡ଼ି ଯାଇଥିଲେ। ସେମାନେ କହିଥିଲେ କି, ଜଳଭଣ୍ଡାର ବନ୍ଧରେ ଘାଇ ହେବାରୁ ଗାଁ ବଢ଼ିପାଣିରେ ବୁଡ଼ିଗଲା।
ବିଧାୟକ ସିଂହ କହିଛନ୍ତି, ମହିଳାଜଣକ କହିଲେ ଯେ, ମୁଁ ଚାହିଁଥିଲେ ବନ୍ଧ ଭାଙ୍ଗି ନ ଥା’ନ୍ତା। ଏ ବନ୍ୟା ଗତ କିଛି ଦିନ ହେଉଥିବା ପ୍ରବଳ ବର୍ଷାଜନିତ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଯେତେ କରି କହିଲେ ବି ସେ ବୁଝି ନ ଥିଲେ।
ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖାଯାଉଛି, ଜନସାଧାରଣଙ୍କ ସମ୍ମୁଖରେ ମହିଳାଜଣକ ଗାଳିଗୁଲଜ କରି ଏବେ କାହିଁକି ଆସିଛ ବୋଲି କହିବା ସହିତ ବିଧାୟକ ସିଂହଙ୍କୁ ଚାପୁଡ଼ା ମାରୁଛନ୍ତି।
Image Courtesy of Tribune Indiaକିନ୍ତୁ, ଏଥିପାଇଁ ସେ ମହିଳାଙ୍କ ଉପରେ କୌଣସି ପ୍ରକାରର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ବିଧାୟକ ସିଂହ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
Follow Us