ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଲାଞ୍ଚ ମାଗି ମହିଳା ସବ୍‌ଇନ୍ସପେକ୍ଟର ଗିରଫ

Advertisment
ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଲାଞ୍ଚ ମାଗି ମହିଳା ସବ୍‌ଇନ୍ସପେକ୍ଟର ଗିରଫ

ଅହମ୍ମଦାବାଦ : ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଛନ୍ତି ଲେଡି ସବ୍‌ ଇନ୍‌ସପେକ୍ଟର ଶ୍ୱେତା ଜାଡେଜା। ଜଣେ ମଧ୍ୟସ୍ଥି ମାଧ୍ୟମରେ ୨୦ ଲକ୍ଷ ଲାଞ୍ଚ ପାଇ ସାରିଥିଲେ ମଧ୍ୟ ବାକି ୧୫ ଲକ୍ଷ ଦାବି କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଜେଲ୍‌ ଯିବାକୁ ଚାହୁ ନଥିଲେ ୩୫ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସେ କହିଥିଲେ। ଏହା ପରେ ଶ୍ୱେତାଙ୍କ ନାମରେ ଏତଲା ଦାଏର ହୋଇଥିଲା।

publive-image ANNA News

ଏକ ଘରୋଇ କମ୍ପାନିର ଦୁଇଜଣ ମହିଳା କର୍ମଚାରୀ କମ୍ପାନିର ପରିଚାଳନା ନିର୍ଦ୍ଦେଶକ କେନାଲ ଶାହଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କେନାଲ ଶାହ ଅହମ୍ମଦାବାଦରେ ଏକ କୃଷି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଥିଲେ। ମାମଲାର ତଦନ୍ତ ଶ୍ୱେତା ଜାଡେଜା କରୁଥିଲେ। ତଦନ୍ତ ବେଳେ ସେ ଅଭିଯୁକ୍ତଙ୍କଠାରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ପରେ ଜଣା ପଡ଼ିବା ପରେ ଅହମ୍ମଦାବାଦର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe