ଏ ନେତା ଜନତାଙ୍କଠୁ ଟଙ୍କା ଲୁଟୁଛନ୍ତି କହି ହସ୍ପିଟାଲ ଯାଉଥିବା ପାର୍ଥଙ୍କ ଉପରକୁୁ ଚପଲ ଫିଙ୍ଗିଲେ ମହିଳା

Advertisment
ଏ ନେତା ଜନତାଙ୍କଠୁ ଟଙ୍କା ଲୁଟୁଛନ୍ତି କହି ହସ୍ପିଟାଲ ଯାଉଥିବା ପାର୍ଥଙ୍କ ଉପରକୁୁ ଚପଲ ଫିଙ୍ଗିଲେ ମହିଳା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା। ପାର୍ଥଙ୍କ ଭଳି ନେତା ଜନତାଙ୍କଠାରୁ ଟଙ୍କା ଲୁଟୁଥିବାର କହି ମହିଳାଜଣକ ମଙ୍ଗଳବାର ପାର୍ଥଙ୍କ ଉପରକୁ ଚପଲ ଫିଙ୍ଗିଥିବା ଜଣାପଡ଼ିଛି। ପାର୍ଥଙ୍କୁ ଚେକଅପ୍ ପାଇଁ ଇଏସଆଇ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ଏହାପୂର୍ବରୁ ରବିବାର ଦିନ ପାର୍ଥ ଚାଟାର୍ଜୀ ଦାବି କରିଥିଲେ ଯେ ଇଡି ଚଢ଼ାଉ ସମୟରେ ଜବତ ହୋଇଥିବା ଟଙ୍କା ତାଙ୍କର ନୁହେଁ। ଏହା ସହ ତାଙ୍କ ବିରୋଧରେ କିଏ ଷଡଯନ୍ତ୍ର କରୁଛି ତାହା ମଧ୍ୟ ସମୟ କହିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟ୍‌ରୁ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୃଷ୍ଟି ଏବେ ପଡ଼ିଛି ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଉପରେ। ଏଥିରୁ ୩ଟି ଆକାଉଣ୍ଟ ହେଉଛି ପାର୍ଥଙ୍କର ଏବଂ ୮ଟି ଅର୍ପିତାଙ୍କର। ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୮ କୋଟି ଟଙ୍କା ରହିଥିବା ବେଳେ ସେଥିରୁ ୨.୫ କୋଟି ଟଙ୍କାକୁ ଫ୍ରିଜ୍ (ଅଚଳ) କରିଦିଆଯାଇଛି।

ଇଡିର କହିବା ଅନୁସାରେ ପାର୍ଥଙ୍କର ୫ଟି ଆକାଉଣ୍ଟ ଅଛି। ସେଥିରୁ ଦୁଇଟି ଅଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏବଂ ଗୋଟିଏ ଅଛି ଘରୋଇ ବ୍ୟାଙ୍କରେ। ସେ ୨୦୨୧ରେ ନିର୍ବାଚନ କମିସନ ନିକଟରେ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ବ୍ୟାଙ୍କ ଖାତାଗୁଡ଼ିକରେ ପ୍ରାୟ ୬୦ ଲକ୍ଷ ଟଙ୍କା ଥିଲା। ଅର୍ପିତାଙ୍କ ସହ ତାଙ୍କର ୧୦ ବର୍ଷରୁ ଅଧିକ କାଳ ହେଲା ସମ୍ପର୍କ ରହିଛି ବୋଲି ଇଡି କେତେକ କାଗଜପତ୍ରରୁ ଜାଣିବାକୁ ପାଇଛି। କାରଣ ଅନେକ ବୀମା ପଲିସିରେ ପାର୍ଥ ଅର୍ପିତାଙ୍କୁ ନୋମିନି କରିଛନ୍ତି। ୨୦୧୨ ଜାନୁଆରିରେ ଦୁହେଁ ବୋଲପୁରରେ ଜମି କିଣିଥିଲେ। ୨୦ ଲକ୍ଷ ଟଙ୍କା ଦେଇ ସେମାନେ ୨ ମହଲା ଘର ସହ ୨୦ ବିଘା ଜମି କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe