ସହିଦ ଭାଇଙ୍କ ପ୍ରତିମୂର୍ତ୍ତି ହାତରେ ରାଖୀ ବାନ୍ଧିଲେ ରାଜସ୍ଥାନୀ ମହିଳା; ଛଳ ଛଳ ହୋଇଗଲା ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ଆଖି

Advertisment
ସହିଦ ଭାଇଙ୍କ ପ୍ରତିମୂର୍ତ୍ତି ହାତରେ ରାଖୀ ବାନ୍ଧିଲେ ରାଜସ୍ଥାନୀ ମହିଳା; ଛଳ ଛଳ ହୋଇଗଲା ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ଆଖି

Image Courtesy of India Today

ନୂଆଦିଲ୍ଲୀ: ଜଣେ ରାଜସ୍ଥାନୀ ମହିଳା ତାଙ୍କ ସହିଦ ଭାଇଙ୍କ ପ୍ରତିମୂର୍ତ୍ତିର ହାତରେ ରାଖି ବାନ୍ଧୁଥିବାର ଫଟୋ ଭାଇରାଲ୍‌ ହେବା ପରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନଙ୍କର ଆଖି ଲୁହ ଛଳ ଛଳ ହୋଇଯାଇଛି।

‘ଲିଙ୍କ୍‌ଡ୍‌ଇନ୍‌’ରେ ‘ବେଦାନ୍ତ ବିର୍ଲା’ ସେୟାର୍‌ କରିଥିବା ଉକ୍ତ ପୋଷ୍ଟ୍‌ରେ ଥିବା ଫଟୋରେ ଦେଖାଯାଉଛି ଜଣେ ଭଉଣୀ ତାଙ୍କ ଭାଇଙ୍କ ହାତରେ ରାଖୀ ବାନ୍ଧୁଛନ୍ତି। କିନ୍ତୁ, ଭାଇ ନିଶ୍ଚଳ ହୋଇ ଠିଆ ହୋଇଛନ୍ତି। ପ୍ରକୃତ କଥା ହେଲା ରାଜସ୍ଥାନରେ ଉତ୍ତୋଳନ କରାଯାଇଥିବା ଉକ୍ତ ଫଟୋରେ ମହିଳାଜଣକ ତାଙ୍କ ଭାଇ ଗଣପତରାମ କାଡ଼ୱାସ୍‌ରାଙ୍କ ପ୍ରତିମୂର୍ତ୍ତି ହାତରେ ରାଖୀ ବାନ୍ଧୁଛନ୍ତି। ଜମ୍ମୁ ଓ କଶ୍ମୀରରେ ଶତ୍ରୁମାନଙ୍କ ସହିତ ଲଢ଼େଇ କରିବା ବେଳେ କାଡ଼ୱାସ୍‌ରା ସହିଦ ହୋଇଯାଇଥିଲେ।

publive-image Image Courtesy of India Today

ପ୍ରତିମୂର୍ତ୍ତି ହାତରେ ରାଖୀ ବାନ୍ଧୁଥିବା ମହିଳାଙ୍କ ପରିଚୟ ମିଳି ନ ଥିଲେ ବି ଏହା ହେଉଛି ‘ରକ୍ଷା’ ପ୍ରତି ତାଙ୍କର ସମ୍ମାନ।

ଏ ସଂକ୍ରାନ୍ତରେ ‌‘ବେଦାନ୍ତ ବିର୍ଲା’ ବୁଝାଇ ଲେଖିଛି: ଏହାହିଁ ଭାରତକୁ ଅତୁଳନୀୟ କରିଛି। ଦୁଃଖ ଓ ଗୌରବର ମୁହୂର୍ତ୍ତ। ଭାଇଙ୍କୁ ହରାଇବା ହେଉିଛି ଦୁଃଖ ଏବଂ ଦେଶ ପାଇଁ ତାଙ୍କର ଆତ୍ମବଳି ଦେଉଛି ଗୌରବ। ଭାଇ ହାତରେ ଆଉ ରାଖୀ ବାନ୍ଧି ପାରିବେ ନାହିଁ ଭାବି ରକ୍ଷା ବନ୍ଧନ ଦିନ ସେ ଭାବାବେଗରେ ଅସ୍ଥିର ହୋଇ ଯାଉଥି‌ବେ। ସେଥିପାଇଁ ସେ ଭାଇଙ୍କ ପ୍ରତିମୂର୍ତ୍ତି ହାତରେ ରାଖୀ ବାନ୍ଧିଲେ। ସହିଦ୍‌ ଗଣପତରାମ କାଡ଼ୱାସ୍‌ରା ଥିଲେ ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଓସିଆନ୍‌ ଅଞ୍ଚଳର ଖୁଦିୟାଲା ଗ୍ରାମର ବାସିନ୍ଦା। ଜାଟ୍‌ ରେଜିମେଣ୍ଟ୍‌ରେ ଯୋଗ ଦେଇଥିବା କାଡ଼ୱାସ୍‌ରା ଜମ୍ମୁ ଓ କଶ୍ମୀରରେ ଶତ୍ରୁ ସହିତ ଲଢ଼େଇ କରୁଥିବା ବେଳେ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖରେ ସହିଦ ହୋଇଯାଇଥିଲେ।

କୋଟି ଜନତାଙ୍କ ହୃଦୟ ସ୍ପର୍ଶ କରି ଆଖିରେ ଲୁହ ଉଦ୍ରେକ କରିଥିବାଏହି ପୋଷ୍ଟ୍‌ ୩ ହଜାରରୁ ଊର୍ଦ୍ଧ୍ବ ପ୍ରତିକ୍ରିୟା ଏକତ୍ର କରିବା ସହ ଅସଂଖ୍ୟ ‘କମେଣ୍ଟ୍‌’ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe