ସାକ୍ଷୀ ରହିଲା ମୋ ପଣତକାନିର ରାକ୍ଷୀ, ଧାମୀଙ୍କୁ ବାନ୍ଧିଦେଲେ ଗୁଜୁରାଟୀ ମହିଳା

ଉଦ୍ଧାର ପରେ ମହିଳା ଜଣକ ପୁଷ୍କର ସିଂହ ଧାମୀଙ୍କୁ ଭେଟିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ତାଙ୍କ ପଣତକାନିରୁ ଖଣ୍ଡେ ଚିରି ମୁଖ୍ୟମନ୍ତ୍ରୀଙ୍କୁ  ରାକ୍ଷୀ ଭାବରେ ବାନ୍ଧି ଦେଇ ତାଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

New Project (20)


ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ଚାରିଆଡେ ହାହାକାର ପରିସ୍ଥିତି। ପ୍ରାୟ ୭୦ ହଜାର ଲୋକ ବାସହୀନ ହୋଇ ଯାଇଛନ୍ତି । ୨ ହଜାରରୁ ଅଧିକ ଘର ଭାଙ୍ଗିଛି, କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରାୟ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।  ନିଖୋଜ ହୋଇଯାଇଛନ୍ତି ଅନେକ ଲୋକ। ଚାଲିଛି ଉଦ୍ଧାର କାର୍ଯ୍ୟ। 

ଏଭଳି ଦୁଃଖଦାୟକ ସମୟରେ ଆସିଥିବା ଏକ ସ୍ପର୍ଶକାତର ଏବଂ ମାନବୀୟ ଦୃଶ୍ୟ ସମସ୍ତଙ୍କ ହୃଦୟ ଜିତି ନେଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗତ ତିନି ଦିନ ଧରି ଧରାଲି ଅଞ୍ଚଳରେ ରହି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଅଗଷ୍ଟ ୯ ତାରିଖରେ ରକ୍ଷାବନ୍ଧନର। ଠିକ୍ ଏହାର ଗୋଟିଏ ଦିନ ପୂର୍ବରୁ  ଅର୍ଥାତ ଶୁକ୍ରବାର ଅଗଷ୍ଟ ୮ ତାରିଖରେ ଗୁଜୁରାଟର ଜଣେ ମହିଳା ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ସାମ୍ନାରେ ଦେଖିବା ପରେ ତାଙ୍କ ପଣତକାନିକୁ ଚିରି ରାକ୍ଷୀ ଭାବେ ହାତରେ ବାନ୍ଧି ଦେଇଥିଲେ  । ମହିଳାଙ୍କ ଏ ସ୍ନେହ ଦେଖି ରାକ୍ଷୀ ବାନ୍ଧିବା ପାଇଁ ହାତ ବଢ଼ାଇ ଦେଇଥିଲେ ଧାମି।

ସୂଚନାଯୋଗ୍ୟ, ଗୁଜୁରାଟର ଅହମ୍ମଦାବାଦର ଇଶାନପୁରର ବାସିନ୍ଦା ଧନଗୌରୀ ବରୌଲିଆ ତାଙ୍କ ପରିବାର ସହିତ ଗଙ୍ଗୋତ୍ରୀ ଦର୍ଶନ ପାଇଁ ଉତ୍ତରାଖଣ୍ଡ ଆସିଥିଲେ। ଅଗଷ୍ଟ ୫ ତାରିଖରେ ଧରାଲିରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେ ତାଙ୍କ ପରିବାର ସହିତ ଏଠାରେ ଫସି ଯାଇଥିଲେ। । ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପ୍ରୟାସ ପରେ ଧନଗୌରୀ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ପରେ ମହିଳା ଜଣକ ପୁଷ୍କର ସିଂହ ଧାମୀଙ୍କୁ ଭେଟିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ତାଙ୍କ ପଣତକାନିରୁ ଖଣ୍ଡେ ଚିରି ମୁଖ୍ୟମନ୍ତ୍ରୀଙ୍କୁ  ରାକ୍ଷୀ ଭାବରେ ବାନ୍ଧି ଦେଇ ତାଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଦ୍ଧାର ହୋଇଥିବା ମହିଳାଙ୍କ ହାତରୁ ରାକ୍ଷୀ ବାନ୍ଧିବା ପରେ କହିଛନ୍ତି, ‘ ଏହି ଭାବପ୍ରବଣ ମୁହୂର୍ତ୍ତ ମୋ ପାଇଁ ଅବିସ୍ମରଣୀୟ। ବିପର୍ଯ୍ୟୟର ଏହି ମୁହୂର୍ତ୍ତରେ ଆମେ ପ୍ରତ୍ୟେକ ପ୍ରଭାବିତ ବ୍ୟକ୍ତିଙ୍କ ସହିତ ଠିଆ ହୋଇଛୁ। ରାଜ୍ୟ ସରକାର ରିଲିଫ୍, ପୁନର୍ବାସ ଏବଂ ପୁନଃନିର୍ମାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe