ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା ଏଚଆଇଭି ରୋଗୀଙ୍କ ରକ୍ତ, ଏବେ ମାସକୁ ମିଳିବ ୭,୫୦୦ଟଙ୍କାର ଭତ୍ତା

Advertisment
ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା ଏଚଆଇଭି ରୋଗୀଙ୍କ ରକ୍ତ, ଏବେ ମାସକୁ ମିଳିବ ୭,୫୦୦ଟଙ୍କାର ଭତ୍ତା

Live Law

ଚେନ୍ନାଇ: ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା ଏଚଆଇଭି ରୋଗୀଙ୍କ ରକ୍ତ। ପ୍ରସବ ସମୟରେ ଶରୀରରେ ରକ୍ତର ଅଭାବ ଥିବାରୁ ଡାକ୍ତର ରକ୍ତ ନେବାକୁ କହିଥିଲେ। ହେଲେ ଭୁଲବଶତଃ ମହିଳାଙ୍କୁ ଏଚଆଇଭି ରୋଗୀଙ୍କ ରକ୍ତ ଦିଆଯାଇଥିଲା।  ଏ ବିଷୟରେ ଜଣାପଡ଼ିବାରୁ ଏବେ ମହିଳାଙ୍କୁ ମାସିକ ୭,୫୦୦ଟଙ୍କାର ଭତ୍ତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହ ତାଙ୍କୁ ଚାକିରି ଦେବାକୁ ମଧ୍ୟ କହିଛନ୍ତି।

ସୂଚନା ମୁତାବକ, ଘଟଣାଟି ଘଟିଥିଲା ୨୦୧୮ରେ । ତାମିଲନାଡୁରେ ଥିବା ବିରୁଧୁନଗର ଜିଲ୍ଲା ସତ୍ତୁରରେ ରହୁଥିବା ପୀଡ଼ିତା ଏଚଆଇଭି ପଜିଟିଭ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସେ ଜନ୍ମ ଦେଇଥିବା ନବଜାତର ରିପୋର୍ଟ ନେଗେଟିଭ ଆସିଥିଲା। ଏହି ଘଟଣା ‌ପରେ ଅନେକ ଲୋକ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ନେଇ ସରକାରଙ୍କୁ ନି‌ର୍ଦ୍ଦେଶ ଦେବାକୁ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଅଦାଲତ ସରକାରଙ୍କୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

publive-image indiatoday

କିନ୍ତୁ ପରେ ଡାକ୍ତର ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ କହିଛନ୍ତି ଏବଂ ସେ ନେଇ ମୋ ପାଖରେ ଟଙ୍କା ନାହିଁ ବୋଲି ପୀଡ଼ିତା କହିବାରୁ ଅଦାଲତ ମାସିକ ୭,୫୦୦ଟଙ୍କାର ଭତ୍ତା ଏବଂ ଚାକିରି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe