ନୂଆଦିଲ୍ଲୀ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ର ୧୩,୦୦୦ କୋଟି ଟଙ୍କା ଦୁର୍ନୀତିର ମାଷ୍ଟର୍ମାଇଣ୍ଡ୍ ମେହୁଲ ଚୋକ୍ସିଙ୍କ ଗିରଫ କାହାଣୀ | ପୂର୍ବରୁ ଗର୍ଲଫ୍ରେଣ୍ଡ୍ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଚୋକ୍ସି ଧରାପଡ଼ିଛନ୍ତି ବୋଲି ସୂଚନା ମିଳିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି | ଗର୍ଲଫ୍ରେଣ୍ଡ୍ ବୋଲି କୁହାଯାଉଥିବା ମହିଳାଜଣକ ଚୋକ୍ସିଙ୍କୁ ଅପହରଣ କରିଥିବା ଟିମର ଜଣେ ସଦସ୍ୟ ଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି |
ସୂତ୍ରରୁ ପ୍ରକାଶ ଯେ, ମହିଳା ଆଣ୍ଟିଗୁଆରେ ରହୁଥିଲେ। ସେ ସକାଳ ଏବଂ ସନ୍ଧ୍ୟା ସମୟରେ ଚୋକସିଙ୍କୁ ଭେଟିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ | କିଛି ଦିନର ବନ୍ଧୁତା ପରେ ସେ ମେ ୨୩ରେ ଚୋକ୍ସିଙ୍କୁ ଭେଟିବା ପାଇଁ ଏକ ଆପାର୍ଟମେଣ୍ଟକୁ ଡାକିଥିଲେ | ଚୋକ୍ସି ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଟିମ ତାଙ୍କୁ ଅପହରଣ କରି ମାରଧର କରି ନିର୍ଯାତନ ଦେଇ ଗୋଟାଏ ନୌକାରେ ଡୋମିନିକାକୁ ନେଇ ଯାଇଥିଲେ, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।
 Image Courtesy of Free Press Journalଏହା ପୂର୍ବରୁ ଗତକାଲି ଗର୍ଲଫ୍ରେଣ୍ଡ୍ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଚୋକ୍ସି ଧରାପଡ଼ିଛନ୍ତି। ଅଗତ୍ୟା ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାସ୍ଷ୍ଟନ୍ ବ୍ରାଉନି କହିଥିଲେ |
  
 Follow Us