ଏଣିକି ସାଉଦି ଆରବରେ ମହିଳା ବି ଚଳାଇ ପାରିବେ ଗାଡ଼ି

ଏଣିକି ସାଉଦି ଆରବରେ ମହିଳା ବି ଚଳାଇ ପାରିବେ ଗାଡ଼ି

ରିୟାଧ: ସାଉଦି ଆରବର ରାଜା ସଲମାନ୍‌ ମହିଳାମାନଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ସାଉଦି ଆରବର ମହିଳାମାନେ ଗାଡ଼ି ଚଳାଇ ପାରିବେ ବୋଲି ଘୋଷଣା କରାଯାଇଛି। ଏହି ନିୟମ ୨୦୧୮ ଜୁନ୍‌ ୩୦ ସୁଦ୍ଧା ଲାଗୁ କରାଯିବ। ଏଥିପାଇଁ କେତେକ ଟ୍ରାଫିକ୍‌ ନିୟମରେ ସଂଶୋଧନ କରାଯିବ। ପୁରୁଷମାନଙ୍କ ପରି ମହିଳାମାନଙ୍କର ବି ଡ୍ରାଇଭିଂ ଲାଇସେନ୍ସ କରାଯିବ।

ଏ ସଂପର୍କରେ ଆମେରିକାର ସାଉଦି ଆରବ ରାଷ୍ଟ୍ରଦୂତ କହିଛନ୍ତି ଯେ ମହିଳାମାନଙ୍କୁ ଗାଡ଼ି ଚଳାଇବାର ଅନୁମତି ପ୍ରଦାନ ଉଭୟ ସମାଜିକ ଓ ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ ହେବ। ଗାଡ଼ି ଲାଇସେନ୍ସ ପାଇଁ ମହିଳାଙ୍କ ଅଭିଭାବକଙ୍କ ଅନୁମତି କିମ୍ବା ଉପସ୍ଥିତିର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe