Business Today
ହାଇଦ୍ରାବାଦ: ଦେଶରେ ଜାରି ରହିଥିବା ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହର ସଂକ୍ରମଣ ବେଳେ ସଂକ୍ରମିତ ମହିଳାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାଯାଇଛି। ସମ୍ପ୍ରତି ମୋଟ ସଂକ୍ରମଣର ୩୮.୫ ପ୍ରତିଶତ ହେଉଛନ୍ତି ମହିଳା ଯାହା କି ଗତବର୍ଷ ଜୁଲାଇ ବେଳେ ୩୪ ପ୍ରତିଶତ ଭିତରେ ରହିଥିଲା। ଅପରପକ୍ଷେ, ଚଳିତ ଥର ଆଇସିୟୁରେ ଭର୍ତ୍ତି ହେଉଥିବା ମହିଳା କୋଭିଡ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୂର୍ବରୁ ତାହା ୩୩ ପ୍ରତିଶତ ଥିବା ବେଳେ ଏବେ ୩୯ ପ୍ରତିଶତ ହୋଇଛି। ତେବେ ମୃତ୍ୟୁହାର ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପ୍ରାୟ ସମାନ ବା ୫୦ ପ୍ରତିଶତ ରହିବା ଚିନ୍ତାର ବିଷୟ ହୋଇଛି। ପୁରୁଷଙ୍କ ତୁଳନାରେ ଯଦିଓ ମହିଳାମାନେ କମ୍ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି, ତେବେ ଡାକ୍ତରଖାନା ବିଳମ୍ବରେ ଆସିବାରୁ ସେମାନଙ୍କ ମୃତ୍ୟୁହାର ପୁରୁଷଙ୍କ ସହ ସମାନ ରହିଛି ବୋଲି ନିଜାମବାଦ ସରକାରୀ ଡାକ୍ତରଖାନାର ଡା. କିରଣ ମଦଳା କହିଛନ୍ତି।
  
 Follow Us