ଆତ୍ମହତ୍ୟା କଲେ ମହିଳା ବ୍ୟାଙ୍କ ମ୍ୟାନେଜର, ସୁଇସାଇଡ ନୋଟରେ ଲେଖିଛନ୍ତି ଏହି ଆଇପିଏସ୍ ଅଧିକାରୀଙ୍କ ନାମ

ଆତ୍ମହତ୍ୟା କଲେ ମହିଳା ବ୍ୟାଙ୍କ ମ୍ୟାନେଜର, ସୁଇସାଇଡ ନୋଟରେ ଲେଖିଛନ୍ତି ଏହି ଆଇପିଏସ୍ ଅଧିକାରୀଙ୍କ ନାମ

ଅଯୋଧ୍ୟା: ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ନାମ ଲେଖି ଆତ୍ମହତ୍ୟା କରିଛନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜଣେ ସହକାରୀ ପରିଚାଳକ ଶ୍ରଦ୍ଧା ଗୁପ୍ତା (୩୨) | ନିଜର କ୍ୟାରିୟରରେ ବେଶ ସଫଳତାର ସହ ଆଗକୁ ବଢୁଥିବା ଶ୍ରଦ୍ଧାଙ୍କ ମୃତ୍ୟୁ ପରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି | ନିଜ ମୃତ୍ୟୁ ପାଇଁ ସେ ଜଣେ ଆଇପିଏସ୍ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ସହନଗଂଜର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରଦ୍ଧାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି | ଆଉ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଛି |

ଏହି ନୋଟରେ ପୂର୍ବତନ ଅଯୋଧ୍ୟା ଏସଏସପି ତଥା ଆଇପିଏସ୍ ଅଧିକାରୀ ଆଶିଷ ତିୱାରୀଙ୍କ ସମେତ ଜଣେ କନେଷ୍ଟବଳ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରାଯାଇଛି। ପିତା ରାଜକୁମାର ଗୁପ୍ତାଙ୍କ ଅଭିଯୋଗରେ ତିନିଜଣଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ଆତ୍ମହତ୍ୟା ନୋଟରେ ଶ୍ରଦ୍ଧା ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ମୋର ଆତ୍ମହତ୍ୟାର କାରଣ ହେଉଛନ୍ତି  ବିବେକ ଗୁପ୍ତା,ଆଶିଷ ତିୱାରୀ ଏବଂ ଅନିଲ ରାୱତ। ମୁଁ ଏଥିପାଇଁ ଦୁଃଖିତ | ଶ୍ରଦ୍ଧାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଶ୍ରଦ୍ଧାଙ୍କର ନିର୍ବନ୍ଧ ବିବେକ ଗୁପ୍ତାଙ୍କ ହୋଇଥିଲା | କିନ୍ତୁ ପରେ କୌଣସି କାରଣରୁ ବିବାହ ଭାଙ୍ଗି ଯାଇଥିଲା।

publive-image

ଏହି କାରଣରୁ ସେ ଡିପ୍ରେସନରେ ଥିଲେ। ବର୍ତ୍ତମାନ ପୁଲିସ ଶ୍ରଦ୍ଧାଙ୍କ ମୋବାଇଲ୍ ଜବତ କରିଛି। ଆଉ ଫୋନର ଲକ୍ ଖୋଲିବା ପାଇଁ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି | ପୁଲିସର ସୂଚନାନୁସାରେ,ଶନିବାର ସକାଳେ ଯେତେବେଳେ ବାରମ୍ବାର ଡାକିବା ପରେ ମଧ୍ୟ ଶ୍ରଦ୍ଧା କବାଟ ଖୋଲିନଥିଲେ, ସେତେବେଳେ ପୁଲିସକୁ ଖବର ଦିଆଯାଇଥିଲା | ଆଉ ପୁଲିସ ଆସି ଶ୍ରଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe