ଭଲ ବର୍ଷା ପାଇଁ ବିଜେପି ନେତାଙ୍କୁ କାଦୁଅରେ ସ୍ନାନ କରାଇଲେ ମହିଳାଗୋଷ୍ଠୀ

2a42a08c-e223-4433-882d-5938566d7f68

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ନୌତନୱାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।


ନୌତନୱାର ବାସିନ୍ଦା ପୁରୁଣା ପରମ୍ପରାକୁ ବିଶ୍ବାସ କରି ଜଣେ ନେତାଙ୍କୁ କାଦୁଅରେ ସ୍ନାନ କରାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ପରମ୍ପରା ହେଉଛି ଯଦି କୌଣସି ପ୍ରଭାବଶାଳୀ କିମ୍ବା ପ୍ରସିଦ୍ଧ ବ୍ୟକ୍ତିଙ୍କୁ କାଦୁଅରେ ସ୍ନାନ କରାଯାଏ, ତେବେ ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ଉକ୍ତ ଅଞ୍ଚଳରେ ଭଲ ବର୍ଷା କରାନ୍ତି। 

ଗୁଡ୍ଡୁ ଖାନ ପ୍ରାୟ ଦଶ ବର୍ଷ ଧରି ନଗରପାଳିକାର ଅଧ୍ୟକ୍ଷ ଅଛନ୍ତି। ଯେହେତୁ ସେ ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରଭାବଶାଳୀ ବ୍ୟକ୍ତି, ତେଣୁ ତାଙ୍କୁ ପ୍ରତ୍ୟେକ ଥର ଏହି ପରମ୍ପରା ପାଇଁ ମନୋନୀତ କରାଯାଏ। 

ଏହି ବିଶ୍ୱାସ ଅନୁସାରେ, ଗାଁର ମହିଳାମାନେ ବିଜେପି ନେତା ଗୁଡ୍ଡୁ ଖାନଙ୍କୁ କାଦୁଅରେ ସ୍ନାନ କରାଇଥିଲେ। ଏହି ସମୟରେ ମହିଳାମାନେ ବିଜେପି ନେତାଙ୍କର ହାତ ଏବଂ ଗୋଡ ବାନ୍ଧି ଦେଇଥିଲେ। 

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ @JournoArpit ନାମକ ଏକ ହ୍ୟାଣ୍ଡେଲ ସହିତ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି।।

ସୂଚନାଯୋଗ୍ୟ, ବିଜେପି ନେତା ଗୁଡ୍ଡୁ ଖାନଙ୍କୁ କାଦୁଅରେ ସ୍ନାନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ବିଜେପି ନେତା ବି ଗ୍ରାମର ମହିଳାମାନଙ୍କ ଅନୁରୋଧ ରକ୍ଷା କରି ସେମାନେ କହିଥିବା ସ୍ଥାନରେ ଆସି ପହଞ୍ଚି ଯାଇଥିଲେ। କୌଣସି ଭୟ କିମ୍ବା ଦ୍ୱିଧା ବିନା ସ୍ଥାନୀୟ ମହିଳାମାନେ ନେତାଙ୍କୁ ପ୍ରଥମେ ଚେୟାରରେ ବସାଇ ତାଙ୍କ ହାତ ଏବଂ ଗୋଡ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ କାଦୁଅପାଣି ଢାଳି ଚାଲିଥିଲେ।

 କେବଳ ଏତିକି ନୁହେଁ, ଏହି ସମୟରେ ପାରମ୍ପରିକ କଜରୀ ଗୀତ ମଧ୍ୟ ମହିଳାମାନେ ଗାନ କିଥିଲେ। ଯାହା ଏହି ଅନନ୍ୟ ଘଟଣାର ଏକ ଅଂଶ ଥିଲା। ଏହି ସମ୍ପୂର୍ଣ୍ଣ ଘଟଣା କୌଣସି ପ୍ରକାର ପ୍ରତିବାଦର ପ୍ରତୀକ ନଥିଲା, ବରଂ ଲୋକଙ୍କ ବିଶ୍ୱାସ ଏବଂ ପରମ୍ପରାର ଏକ ଅଂଶ ଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe