ଏନ୍‌ଡିଏ ଦେଇ ସେନାରେ ପଶିପାରିବେ ମହିଳା: ସୁପ୍ରିମ୍‌ କୋର୍ଟରେ କେନ୍ଦ୍ରର ଜବାବ

Advertisment
ଏନ୍‌ଡିଏ ଦେଇ ସେନାରେ ପଶିପାରିବେ ମହିଳା: ସୁପ୍ରିମ୍‌ କୋର୍ଟରେ କେନ୍ଦ୍ରର ଜବାବ

Hindustan Times

ନୂଆଦିଲ୍ଲୀ: ସେନାରେ ଅବସର ବୟସ ପର୍ଯ୍ୟନ୍ତ ଚାକିରି କରିବା ପାଇଁ ଆଗ୍ରହୀ ମହିଳାଙ୍କ ପାଇଁ ଖୁସି ଖବର। ଏନଡିଏ (ନ୍ୟାସନାଲ ଡିଫେନ୍ସ ‌ଏକାଡେମୀ) ପରୀକ୍ଷା ମାଧ୍ୟମରେ ମହିଳାମାନେ ଏଣିକି ସେନା ବାହିନୀରେ ପର୍‌ମାନେଣ୍ଟ କମିସନ ଚାକିରି କରିପାରିବେ। କେନ୍ଦ୍ର ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇଛି। ତିନିସେନା ମୁଖ୍ୟ ଏ ନେଇ ରାଜି ହୋଇଛନ୍ତି। ସୁପ୍ରିମ କୋର୍ଟରେ ବୁଧବାର ଏ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ଏହା ଅବଗତ କରିଛନ୍ତି। ମହିଳାମାନଙ୍କୁ ଏନଡିଏ ମାଧ୍ୟମରେ ସେନାରେ ଭର୍ତ୍ତି କରିବା ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଥିବାରୁ ଅଦାଲତ ଅତ୍ୟନ୍ତ ଆନନ୍ଦିତ ବୋଲି ବିଚାରପତି ସଂଜୟ କିଷାନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।

ଲିଙ୍ଗଗତ ସମାନତା ପାଇଁ ପ୍ରତିରକ୍ଷା ବାହିନୀ ନିଜଆଡ଼ୁ ଅଧିକ ପଦକ୍ଷେପ ନେବା ଆଶା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ମହିଳାମାନଙ୍କୁ ଏନଡିଏ ପରୀକ୍ଷା ମାଧ୍ୟମରେ ପର୍‌ମାନେଣ୍ଟ କମିସନରେ ଭର୍ତ୍ତି ହେବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ସରକାର ଆଜି ଏହି ସୂଚନା ଦେଇଛନ୍ତି। ଚଳିତବର୍ଷର ଏନଡିଏ ପରୀକ୍ଷା ଗତ ୫ ତାରିଖରେ ହେବାକୁ ସ୍ଥିର ହୋଇଥିଲା। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମହିଳାମାନଙ୍କୁ ପରୀକ୍ଷା ଅନୁମତି ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କୁ ଅନୁମତି ଦିଆଯାଉ ନଥିବାରୁ ସେନାକୁ ସମାଲୋଚନା କରିଥିଲେ। ମହିଳାମାନେ ଉକ୍ତ ପରୀକ୍ଷାରେ ଭାଗ ନେଇପାରିବେ ଏବଂ ପରୀକ୍ଷା ଆସନ୍ତା ନଭେମ୍ବର ୨୪ରେ ହେବ ବୋଲି ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟଙ୍କୁ ଅବଗତ କରିଥିଲେ। ତେବେ ଏହି ନିଷ୍ପତ୍ତି ସଂକ୍ରାନ୍ତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ବିଚାରକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe