ଆକାଶର ଛାତି ଚିରି ଲଢ଼ୁଆ ବିମାନ ‘ଏମଆଇଜି ୨୧’ ଉଡ଼ାଇବେ ମହିଳା ପାଇଲଟ୍‌ ଅବନୀ ଓ ଭାବନା

Advertisment
ଆକାଶର ଛାତି ଚିରି ଲଢ଼ୁଆ ବିମାନ ‘ଏମଆଇଜି ୨୧’ ଉଡ଼ାଇବେ ମହିଳା ପାଇଲଟ୍‌ ଅବନୀ ଓ ଭାବନା

photo credit- scoopnest.com

ନୂଆଦିଲ୍ଲୀ:୨୦୧୬ ମସିହାରେ ଭାରତୀୟ ବାୟୁସେନାେରେ ସାମିଲ ହୋଇ  ଅବନୀ ଚତୁର୍ବେଦୀ, ଭାବନା କଣ୍ଠ ଓ ମୋହନା ସିଂହ ଭାରତୀୟ ବାୟୁସେନା ଇତିହାସରେ ସେମାନଙ୍କ ନାମକୁ ଲିପିବଦ୍ଧ କରିଥିଲେ। ତେବେ ଆଉ ୧ ମାସ ମଧ୍ୟରେ  ଆକାଶର ବକ୍ଷ  ଚିରି ଏହି ମହିଳା ପାଇଲଟମାନଙ୍କ ମଧ୍ୟରୁ ଅବନୀ ଓ ଭାବନା  ପ୍ରଥମ ଥର ପାଇଁ ସୁପରସୋନିକ ଫାଇଟର ଜେଟ୍‌ ଏମଆଇଜି ୨୧ ଉଡ଼ାଇ ପୁଣି ଥରେ ଇତିହାସ ରଚନା କରିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ ଭାବନା, ଅବନୀ ଓ ମୋହନା ଭାରତୀୟ ବାୟୁସେନାରେ ଗତ ୨୦୧୬ରେ ପାଇଲଟ ଭାବେ ଯୋଗ ଦେଇ ଆକାଶରେ ପିଲାଟସ୍‌ ପିସି-୭ ଟର୍ବୋପ୍ରପସ ,କିରଣ ଓ ହକ୍‌ ଜେଟ୍‌ ଟ୍ରେନର  ଉଡ଼ାଇବାର ଅଭିଜ୍ଞତା ହାସଲ କରିଛନ୍ତି। ମାତ୍ର ସେମାନଙ୍କ ପାଖରେ ସୁପରସୋନିକ୍‌ ଜେଟ୍‌  ଉଡ଼ାଇବାର ଅଭିଜ୍ଞତା ନାହିଁ। ତେବେ ଅବନୀ ଓ ଭାବନା ଏବେ ସେମାନଙ୍କ ଏୟାର ବେସରୁ  ଗୁରୁତ୍ୱପୂର୍ଣ୍ଣ ଏମଆଇଜି ୨୧‘ବିସନ’ ବିମାନ ଉଡ଼ାଣର ପ୍ରଶିକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛନ୍ତି। ଏମଆଇଜି ୨୧ ବିସନ୍‌ ଜେଟ୍‌ ଏୟାରକ୍ରାଫ୍ଟ ର ଟେକ୍‌ଅଫ ଓ ଲ୍ୟାଣ୍ଡିଂ ସ୍ପିଡ୍‌ ଘଣ୍ଟାପ୍ରତି ୩୪୦ କିଲୋମିଟର ହୋଇଥିବାରୁ ଏହାକୁ ପରିଚଳନା କରିବା ପାଇଁ ଅଦ୍ଭୂତପୂର୍ବ ଦକ୍ଷତାର ଆବଶ୍ୟକତା ରହିଛି। ତେବେ ଅବନୀ ଇତିମଧ୍ୟରେ  ସୁରତଗଡ଼ ଏୟାରବେସରେ ଜଣେ ଅଭିଜ୍ଞ ତାଲିମଦାତାଙ୍କ ସହାୟତା ଓ ସହଯୋଗରେ ଦୁଇ ସିଟ ବିଶିଷ୍ଟ ଏମଆଇଜି ୨୧, ଟାଇପ ୬୯ ଟ୍ରେନର  ଉଡ଼ାଇ ଅଭିଜ୍ଞତା ହାସଲ କରି ସାରିଲେଣି। ସେହିପରି ଭାବନା ମଧ୍ୟ ଅମ୍ବାଲା ଏୟାର ବେସରେ ତାଙ୍କ ଏମଆଇଜି ୨୧ ଉଡ଼ାଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ମୋହନା ଏବେ ହକ୍‌ ଆଡଭାନ୍ସ ଜେଟ୍‌ ଟ୍ରେନ୍‌ରରେ କଲାଇକୁଣ୍ଡା ଏୟାର ବେସ୍‌ରେ ପ୍ରଶିକ୍ଷଣ  ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି , ସେ ମଧ୍ୟ ଖୁବ୍‌ ଶୀଘ୍ର ଅବନୀ ଓ ଭାବନାଙ୍କ ସହିତ ଯୋଗ ଦେବେ ବୋଲି ଜଣେ ଅଧିକାରୀ କହିଛନ୍ତି।

publive-image

ସୂଚନାଯୋଗ୍ୟ ଯେ,  ଜଣେ ଫାଇଟର ପାଇଲଟ୍‌ ଜଣେ ଅଭିଜ୍ଞ ତାଲିମ ଦାତାଙ୍କ ସହିତ  ଡଜନେ ସରିକି ଉଡ଼ାଣ ନେଇ  ଳଢ଼ୁଆ ବିମାନ ଉଡ଼ାଣର ମୌଳିକ ଜ୍ଞାନ ଆହରଣ କରିଥାନ୍ତି। ବିଶେଷ କରି ଏୟାରକ୍ରାଫ୍ଟ ହ୍ୟାଣ୍ଡଲିଂ, ଟେକ୍‌ ଅଫ, ଲ୍ୟାଣ୍ଡିଂର ତାଲିମ ନେବା ପରେ ଏକକ ଉଡ଼ାଣ ପାଇଁ ଯୋଗ୍ୟତା ହାସଳ କରିଥାନ୍ତି। ତେବେ କେବଳ ଏକାକୀ ଏୟାରକ୍ରାଫ୍ଟ ଉଡ଼ାଇଲେ ଯେ ସେ  ସମ୍ପୂର୍ଣ୍ଣ ଫାଇଟର ପାଇଲଟ ହୋଇ ପାରିବେ ତାହା ନୁହେଁ, ଜଟିଳ ପରିସ୍ଥିତିରେ  ଏୟାର କ୍ରାଫ୍ଟ ସମ୍ଭାଳିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ହାସଲ କରିବା ପରେ ଜଣେ  ଫାଇଟର ପାଇଲଟ ହୋଇ ପାରି ଥାନ୍ତି।  ତାପରେ ଏମଆଇଜି ୨୧ ଯୁଦ୍ଧ ବିମାନକୁ ଠିକ୍‌ ଭାବେ  ପରିଚାଳନା କରିବା ଓ ଏକାକୀ ଉଡ଼ାଣ ଭରିବା ପରେ ଏୟାର ଟୁ ଏୟାର ଓ ଏୟାର ଟୁ ଗ୍ରାଉଣ୍ଡ ଯୁଦ୍ଧ କୌଶଳ ଶିକ୍ଷା ଗ୍ରହଣ କରିଥାନ୍ତି। ତା ପରେ ସେମାନେ ପୂର୍ଣ୍ଣଭାବେ ତାଲିମ ପାଇବା ପରେ  ପୂର୍ଣ୍ଣିମା ଓ ଅମାବାସ୍ୟା ରାତିରେ  ଏହାକୁ ଉଡ଼ାଇ ସେମାନଙ୍କ ଦକ୍ଷତାର ପ୍ରମାଣ ଦେଇଥାନ୍ତି।ଏ ସମସ୍ତ ତାଲିମ ଶେଷ କଲା ପରେ ତାଙ୍କୁ ପୂର୍ଣ୍ଣାଙ୍ଗ ଫାଇଟର ପାଇଲଟ ଭାବେ ଘୋଷଣା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe