ନୂଆ ନୁହେଁ ମହିଳାଙ୍କ ପ୍ରବେଶ ବିବାଦ : ଅତୀତରେ ଅନେକ ମନ୍ଦିରରେ ମହିଳାଙ୍କୁ ବିବାଦ ପରେ ମିଳିଛି ପ୍ରବେଶାଧିକାର

Advertisment
ନୂଆ ନୁହେଁ ମହିଳାଙ୍କ ପ୍ରବେଶ ବିବାଦ : ଅତୀତରେ ଅନେକ ମନ୍ଦିରରେ ମହିଳାଙ୍କୁ ବିବାଦ ପରେ ମିଳିଛି ପ୍ରବେଶାଧିକାର

ଥିରୁଅନନ୍ତପୁରମ୍‌: କେରଳର ସବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଥମୁନାହିଁ। ମହିଳାଙ୍କ ପ୍ରବେଶକୁ ଏଠାରେ ଘୋର ବି‌ରୋଧ କରାଯାଉଛି। ତେବେ ଦେଶରେ ଏହି ବିବାଦ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି ଏବଂ ମନ୍ଦିର ମଧ୍ୟରେ ମହିଳାଙ୍କ ପ୍ରବେଶକୁ ଅନୁମତି ମିଳିଛି।

ମହାରାଷ୍ଟ୍ରର ଅହମ୍ମଦନଗରସ୍ଥିତ ଶନି ସିଙ୍ଗଣାପୁର ମନ୍ଦିରରେ ପ୍ରଥମେ ମହିଳାମାନଙ୍କୁ ପ୍ରବେଶ ଅନୁତି ମିଳୁନଥିଲା। କିନ୍ତୁ ୨୦୧୬ରେ ଚୈତ୍ର ନବରାତ୍ରର ପୂର୍ବଦିନ ଏହି ମନ୍ଦିରରେ ୪୩୦ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିଥିଲା ଏବଂ ମହିଳାଙ୍କୁ ପ୍ରବେଶ ଅନୁମତି ମିଳିଥିଲା। ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ମନ୍ଦିରର ବେଢ଼ାକୁ ଚଢ଼ି ଶନିଦେବଙ୍କୁ ତେଲ ଚଢ଼ାଇଥିଲେ। ୨୦୧୫ରେ ଜଣେ ମହିଳା ବେଢ଼ା ଉପରେ ଚଢ଼ିବାରୁ ବିବାଦ ଉପୁଜିଥିଲା। କିନ୍ତୁ ବିବାଦର ସମାଧାନ ୨୦୧୬ରେ ହୋଇଥିଲା।

publive-image Trimbakeshwar temple in Maharashtra

ସେହିଭଳି ମହାରାଷ୍ଟ୍ରର କୋହ୍ଲାପୁରରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ମଧ୍ୟ ମହିଳାଙ୍କୁ ଅନୁମତି ମିଳୁନଥିଲା। କିନ୍ତୁ ୨୦୧୬ ଏପ୍ରିଲ୍‌ରେ ଏହି ପରମ୍ପରା ହଟିଥିଲା ଏବଂ ମହିଳାମାନେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଥିଲେ। ଶନି ସିଙ୍ଗଣାପୁର ମନ୍ଦିର ଘଟଣାକୁ ଆଖିରେ ରଖି ବମ୍ବେ ହାଇକୋର୍ଟ ରାୟ ଦେବା ପରେ ମହାଲକ୍ଷ୍ମୀ ମନ୍ଦିରରେ ମହିଳାମାନେ ପ୍ରବେଶ କରିବାକୁ ସୁଯୋଗ ପାଇଥିଲେ।

ଏହାପରେ ମହାରାଷ୍ଟ୍ରର ନାସିକ୍‌ରେ ଥିବା ତ୍ରୟମ୍ବକେଶ୍ବର ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଭଗବାନ ଶିବଙ୍କର ଏହି ପ୍ରଖ୍ୟାତ ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗର୍ଭଗୃହରେ ପ୍ରବେଶ କରିବାକୁ ହେଲେ ମହିଳାଙ୍କୁ ସୂତା କିମ୍ବା ରେଶମ ଶାଢ଼ି ପିନ୍ଧିବାକୁ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସର୍ତ୍ତ ରଖାଯିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ନାସିକ୍‌ରେ ଥିବା କପାଳେଶ୍ବର ମନ୍ଦିରରେ ମଧ୍ୟ ମହିଳାମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ପ୍ରଥମେ ମହିଳାମାନଙ୍କୁ ରୋକାଯାଇଥିଲା। କିନ୍ତୁ କିଛି ଦିନ ପରେ ସେମାନଙ୍କୁ ଅନୁମତି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe