ଶାହବାଜଙ୍କ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଦିଆଗଲା ବଡ଼ ପଦବୀ, ହିନା ରବ୍ବାନୀ ହେଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

Advertisment
ଶାହବାଜଙ୍କ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଦିଆଗଲା ବଡ଼ ପଦବୀ, ହିନା ରବ୍ବାନୀ ହେଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍। କ୍ଷମତାକୁ ଆସିବା ପ‌ରେ ଆଜି ଶାହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ପାକିସ୍ତାନ ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତିି।

ମନ୍ତ୍ରିମଣ୍ଡଳରେ ଶାହବାଜଙ୍କ ତିନିଜଣ ପରାମର୍ଶଦାତାଙ୍କୁ ସାମିଲ କରାଯାଇଥିବା ବେଳେ ପାକିସ୍ତାନର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋଟ ୩୭ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ଶାହବାଜ ଶରିଫ ଏକ ଟୁଇଟରେ କହିଛନ୍ତି ଯେ ପିଏମଏଲ-ଏନ ନେତା ନୱାଜ ଶରିଫ ଏବଂ ସରକାରଙ୍କ ଗଠବନ୍ଧନ ସହଯୋଗୀମାନଙ୍କ ସହ ପରାମର୍ଶ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି।

publive-image ndtv

ରେଡିଓ ପାକିସ୍ତାନ ଅନୁଯାୟୀ, ଶାହବାଜଙ୍କ କ୍ୟାବିନେଟରେ ମହିଳାମାନଙ୍କୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିିଛି। ପିଏମଏଲ-ଏନର ମରିୟମ ଔରାଙ୍ଗଜେବଙ୍କୁ ସୂଚନା ମନ୍ତ୍ରୀ ଏବଂ ଆଜମ ନାଜିର ତରାରଙ୍କୁ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏହା ସହ ପିଏମଏଲ-ଏନର ଏହସାନ ଇକବାଲ ଯୋଜନା ଏବଂ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ବେଳେ ପିପିପିର ହିନା ରବ୍ବାନୀ ଖାରଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଶାହବାଜ୍ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।। ଏହା ସହ ପିଏମଏଲ-ଏନର ରାଣା ସନା ଉଲ୍ହାହଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

ସୋମବାର ପାକିସ୍ତାନରେ ଶାହବାଜଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ରାଷ୍ଟ୍ରପତି ଆରିଫ ଅଲଭି ସାଂସଦମାନଙ୍କୁ ଶପଥ ଗ୍ରହଣ କରାଇବାକୁ ମନା କରି ଦେବାରୁ ଏହି ଉତ୍ସବ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe