Image Courtesy of TOI
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନାର ଅର୍ଦ୍ଧାଧିକ ଆକାଉଣ୍ଟଧାରୀ ହେଉଛନ୍ତି ମହିଳାମାନେ। ଖାଲି ଆକାଉଣ୍ଟ୍ ଖୋଲିବା ନୁହେଁ ସେମାନେ ସେଗୁଡ଼ିକୁ ଚଳାଉଥିବା କଥା ଏକ ନମୁନା ସର୍ଭେରୁ ଜଣାପଡ଼ିଛି।
ବୁଧବାର ଦିନ ମାଇକ୍ରୋସେଭ୍ ପ୍ରକାଶ କରିଥିବା ରିପୋର୍ଟ ‘ଷ୍ଟେଟ୍ ଅଫ୍ ଏଜେଣ୍ଟ୍ ନେଟ୍ଓ୍ଵାର୍କ ୨୦୧୭’ରୁ ଜଣାପଡ଼ିଛି ଯେ ୨୦୧୫ରୁ ୨୦୧୭ ମଧ୍ୟରେ ୨୦୦% ଅଧିକ ଟଙ୍କା ଜମା ଓ ଉଠାଣ ହୋଇଛି। ଗରିବଗୁରୁବାଙ୍କ ପାଇଁ ଅଧିକ ନିର୍ଭରଯୋଗ୍ୟ ସରକାରୀ ବେନିଫିଟ୍ ପାଇବା, ଋଣ ଆଦି ସୁବିଧା ପାଇବା ପାଇଁ ମୋଦି ସରକାର ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାକୁ ଉତ୍ସାହିତ କରିଥିଲେ। ଏହା ବ୍ୟତିରେକେ, ଏଥିରେ ଆଧାର କାର୍ଡ ସଂଯୋଗ କରିବ, ବୀମା ପଞ୍ଜିକରଣ କରିବା ଓ ଜମା ଅନୁସନ୍ଧାନ କରିବା ଆଦି ଯୋଗୁଁ କାରବାର ଅଧିକ ହେଉଛି। ସରକାରଙ୍କ ଠାରୁ ସିଧାସଳଖ ଲୋକମାନଙ୍କ ପାଖକୁ ଟଙ୍କା ସ୍ଥାନାନ୍ତର ହେଉଥିବା କାରଣରୁ ମଧ୍ୟ ଦେଣନେଣ ବଢୁଛି।
Follow Us