ଭିଡ଼ ଭିତରୁ ଡାକ ପକାଇଥିବା ବୃଦ୍ଧାଙ୍କ ଗୋଟିଏ ଦିନ ଭିତରେ ଅସୁବିଧା ଦୂର କଲେ ଆଇପିଏସ ଅଧିକାରୀ

ଭିଡ଼ ଭିତରୁ ଡାକ ପକାଇଥିବା ବୃଦ୍ଧାଙ୍କ ଗୋଟିଏ ଦିନ ଭିତରେ ଅସୁବିଧା ଦୂର କଲେ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ବଲିଉଡ ସିନେମା ‘ସ୍ବଦେଶ’ରେ ଶାହରୁଖ ଖାନ ନାସାରେ କାମ କରୁଥିଲେ। ସେ ଭାରତ ଫେରିବା ପରେ ଗ୍ରାମବାସୀଙ୍କ ସମସ୍ୟାରେ ଏତେ ନିଜକୁ ହଜାଇ ଦେଇଥିଲେ କି ନାସାକୁ ଫେରିବା ପାଇଁ ଭୁଲି ଯାଇଥିଲେ। ସେ ଚେଷ୍ଟା କରିଥିଲେ କି କେମିତି ଗ୍ରାମବାସୀଙ୍କୁ ଅନ୍ଧାରରୁ ମୁକ୍ତ କରିବେ। ଅନେକ ଚେଷ୍ଟା କରିବା ପରେ ଗ୍ରାମରେ ଆଲୋକ ଆଣି ଦେଇଥିଲେ ଶାହରୁଖ ଖାନ। କିଛି ଏମିତି ଘଟଣା ବାସ୍ତବରେ ଘଟିଛି। ଏହି ଘଟଣାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି କାହାଣୀ ଉତ୍ତରପ୍ରଦେଶର ଆଇପିଏସ ଅଧିକାରୀ ଅନୁକୃତି ଶର୍ମାଙ୍କୁ ନେଇ ରହିଛି। ଆଇପିଏସ ଅନୁକୃତିଙ୍କ ପ୍ରୟାସ ହେତୁ ଗ୍ରାମରେ ଜଣଙ୍କ ଘରକୁ ବିଦ୍ୟୁତ ପହଞ୍ଚି ପ‌ାରିଛି। ବିଦ୍ୟୁତ ଘରେ ପହଞ୍ଚିଥିବାରୁ ଉକ୍ତ ଘରର ପ୍ରତ୍ୟେକ ସଦସ୍ୟ ଖୁସିରେ ଝୁମି ଉଠିଥିଲେ।

ଅନୁକୃତି ଶର୍ମା ଉତ୍ତରପ୍ରଦେଶର ବୁଲନ୍ଦସହର ଅଗୌତା ଥାନାରେ ନିୟୋଜିତ ଅଛନ୍ତି। ସେ ଗ୍ରାମବାସୀଙ୍କ ଅସୁବିଧା ବୁଝିବା ପାଇଁ ଯାଇ ପହଞ୍ଚି ଯାଇଥିଲେ। ଏହି ସମୟରେ ଅନୁକୃତିଙ୍କୁ ଦେଖି ଭିଡ଼ ଭିତରୁ ଜ‌ଣେ ବୃଦ୍ଧା ଆଇପିଏସ ଅଧିକାରୀଙ୍କୁ ଡାକ ପକାଇ କହିଥିଲେ,‘ ଏ ମା’ ଆମ ଘରକୁ ଏଯାବତ ବିଦ୍ୟୁତ ଆସିନାହିଁ। ପ୍ରତିଦିନ ଆମେ ଅନ୍ଧାରରେ ଦିନ କାଟୁଛୁ। ମୋ ଏ ସମସ୍ୟା ଦୂର କରିଦେ। ’

ବୃଦ୍ଧାଙ୍କ ଠାରୁ ଏଭଳି ଅସୁବିଧା ଶୁଣି ଆଇପିଏସ ଅଧିକାରୀ ତୁରନ୍ତ ବିଦ୍ୟୁତ ବିଭାଗକୁ ଫୋନ କରି ବିଦ୍ୟୁତ ସଂଯୋଗ କରିବାକୁ କହିଥିଲେ। ‌ଆଇପିଏସଙ୍କ କଥା ରକ୍ଷା କରି ସଙ୍ଗେସଙ୍ଗେ ବିଦ୍ୟୁତ ବିଭାଗ କର୍ମଚାରୀ କାମ ଆରମ୍ଭ କରି ଗୋଟିଏ ଦିନ ଭିତରେ ବୃଦ୍ଧାଙ୍କ ଘରକୁ ବିଦ୍ୟୁତ ଦେଇଥିଲେ। ଏହି ପୂରା ଘଟଣାର ଭିଡିଓ ରେକର୍ଡ ହୋଇଥିଲା। ସୋସିଆଲ ମିଡିଆରେ ଏହା ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି। ଆଇପିଏସ ଅଧିକାରୀ ଅନୁକୃତି ଶର୍ମାଙ୍କ ଏଭଳି କାମକୁ ଭୁୂରିଭୁରି ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe