ବୁର୍ଖା ଭିତରେ ଲୁଚୁଥିବା ଆତଙ୍କବାଦୀଙ୍କ ମୁହଁରୁ ଆବରଣ ଖୋଲି ଯାଞ୍ଚ କରିବେ ମହିଳା ଯବାନ

Advertisment
ବୁର୍ଖା ଭିତରେ ଲୁଚୁଥିବା ଆତଙ୍କବାଦୀଙ୍କ ମୁହଁରୁ ଆବରଣ ଖୋଲି ଯାଞ୍ଚ କରିବେ ମହିଳା ଯବାନ

ନୂଆଦିଲ୍ଲୀ: ସେନାବାହିନୀର ପାଟ୍ରୋଲିଙ୍ଗ୍‌ ପାର୍ଟି କବଳରୁ ଖସି ଯିବାକୁ ଆତଙ୍କବାନୀମାନେ ବୁର୍ଖା ପିନ୍ଧୁଥିବାରୁ ମହିଳା ଯବାନମାନେ ସନ୍ଦିଗ୍ଧଙ୍କ ମୁହଁରୁ ଆବରଣ ଖୋଲି ଯାଞ୍ଚ କରିବେ।

ଇସ୍‌ଲାମୀୟ ପ୍ରଥାନୁସାରେ ସର୍ବସାଧାରଣରୁ ଦୃଷ୍ଟିରୁ ନିଜକୁ ଘୋଡ଼ାଇ ରଖିବାକୁ ମହିଳାମାନେ ବାହ୍ୟାବରଣ ରୂପେ ବୁର୍ଖା ପିନ୍ଧନ୍ତି।

ମାମଲା ସ୍ପର୍ଶକାତର ହୋଇଥିବାରୁ ସନ୍ଦେହ ଉପୁଜୁଥିଲେ ବି କଶ୍ମୀରରେ ପାଟ୍ରୋଲ୍‌ ପାର୍ଟିର ପୁରୁଷ ଯବାନମାନେ କାହାକୁ ମୁହଁରୁ ଓଢ଼ଣା ଟେକିବାକୁ କହି ପାରୁନାହାନ୍ତି।

ଏଥିପାଇଁ ମହିଳା ସାମରିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ବୁର୍ଖା ପିନ୍ଧି କୌଣସି ଆତଙ୍କବାଦୀ କିଂବା ଫେରାର ଆସାମୀ ଖସି ଯାଉଛି କି, ନାହିଁ ତାହା ସେମାନେ ମୁହଁରୁ ଓଢ଼ଣା ଟେକି ଯାଞ୍ଚ କରିବେ।

publive-image

କାଳେ କୌଣସି ମହିଳା ବୁର୍ଖା ଭିତରେ ପୂରାଇ କଶ୍ମୀର ଉପତ୍ୟକାରେ ରହୁଥିବା ଆତଙ୍କବାଦୀଙ୍କ ପାଇଁ କୌଣସି ଅସ୍ତ୍ରଶସ୍ତ୍ର ନେଉଛନ୍ତି କି, ନାହିଁ ତାହା ମଧ୍ୟ ମହିଳା ଯବାନମାନେ ଯାଞ୍ଚ କରିବେ।

ଏହାଛଡ଼ା ଆତଙ୍କବାଦୀ ଲଢ଼େଇ ଅଭିଯାନ ସମୟରେ ପ୍ରତିବାଦକାରୀମାନଙ୍କ ସହ ଅନେକ ସ୍ଥାନୀୟ ମହିଳା ମଧ୍ୟ ଏକତ୍ର ହେଉଛନ୍ତି।

ଭବିଷ୍ୟତରେ ଏମାନଙ୍କ ସହ ମୁକାବିଲା କରିବାକୁ ଏହି ମହିଳା ଯବାନମାନେ ନିୟୋଜିତ ହୋଇ ପାରିବେ।

ସାମରିକ ପୁଲିସରେ ମହିଳାଙ୍କୁ ନିଯୁକ୍ତି କରିବା ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe