କାବୁଲ: ଆଫଗାନିସ୍ତାନରେ ତାଲିବାନ କାମଚଳା ସରକାର ଗଠନ କରିବା ପରେ ସରକାରରେ ମହିଳାଙ୍କ ଅଂଶଗ୍ରହଣକୁ ନେଇ ବିବାଦୀୟ ବୟାନ ଦେଇଛି। ତାଲିବାନ ସରକାରରେ ମହିଳାଙ୍କୁ କେବେ ବି ମନ୍ତ୍ରୀ କରାଯିବ ନାହିଁ। ମହିଳାଙ୍କ କାମ କେବଳ ସନ୍ତାନ ଜନ୍ମ କରିବା ବୋଲି ତାଲିବାନ ମୁଖପାତ୍ର କହିଥିବା ଦାବି କରିଛି ସ୍ଥାନୀୟ ଗଣମାଧ୍ୟମ।
ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ଟ୍ୱିଟ୍ କରି କହିଛି ଯେ, ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ଏହା ଏଭଳି ଜିନିଷ ଯାହାକୁ ସେମାନେ ସମ୍ଭାଳି ପାରିବେ ନାହିଁ। ଜଣେ ମହିଳା କ୍ୟାବିନେଟରେ ରହିବା ଆବଶ୍ୟକ ନୁହେଁ, ସେମାନଙ୍କୁ ସନ୍ତାନ ଜନ୍ମ କରିବା ଉଚିତ୍ | ମହିଳା ପ୍ରଦର୍ଶନକାରୀ ସମଗ୍ର ଆଫଗାନିସ୍ତାନର ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।
www.aajtak.inଉଲ୍ଲେଖଯୋଗ୍ୟ, ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ନିଜର ଅଜବ ନିୟମ ଲାଗୁ କରିବା ଆରମ୍ଭ କରିଛି। ପୂର୍ବରୁ ଛାତ୍ରୀଙ୍କୁ କେବଳ ଶିକ୍ଷୟତ୍ରୀମାନେ ହିଁ ପଢ଼ାଇପାରିବା ସହ ଛାତ୍ରଛାତ୍ରୀ ଏକା ସାଙ୍ଗେ ପଢ଼ିପାରିବେ ନାହିଁ ବୋଲି କହିଥିଲେ। କିଛି ଦିନ ତଳେ ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଝିରେ ପରଦା ଟାଣି ପାଠ ପଢ଼ା ଆରମ୍ଭ ହୋଇଥିଲା। ଏହା ସହ ଶିକ୍ଷୟତ୍ରୀ ନଥିଲେ ବୃଦ୍ଧ ଶିକ୍ଷକ ଛାତ୍ରୀଙ୍କୁ ପାଠ ପଢ଼ାଇବେ ବୋଲି କହିଥିଲା ତାଲିବାନ।
Follow Us