୧୩୯ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ଆଣିଲେ ମହିଳା, ଏତଲାରେ ଓକିଲ-ସାମ୍ବାଦିକଙ୍କ ନାଁ ସାମିଲ

Advertisment
୧୩୯ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ଆଣିଲେ ମହିଳା, ଏତଲାରେ ଓକିଲ-ସାମ୍ବାଦିକଙ୍କ ନାଁ ସାମିଲ

The Logical Indian

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା ଜଣେ ୨୫ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ଗତ କିଛି ବର୍ଷ ମଧ୍ୟରେ ୧୩୯ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପୀଡିତା | ତାଙ୍କ ଏତଲାରେ ସେ ଅନେକ ନେତା ଏବଂ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡିଥିବା ଦେଖାଯାଇଛି |

ମହିଳା ଜଣକ ତାଙ୍କ ଅଭିଯୋଗରେ ଛାତ୍ର ନେତା, ରାଜନେତାଙ୍କ ବ୍ୟକ୍ତିଗତ ସହାୟକ, ଓକିଲ, ମିଡିଆ ପ୍ରଫେସନାଲ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ନାମ ଦେଇଛନ୍ତି। ମହିଳା ଜଣକ ପଞ୍ଜାଗୁଟା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣା ପଡିଛି | ଅଭିଯୋଗକୁ ଭିତ୍ତି କରି ପୁଲିସ ଦ୍ୱାରା ୪୨ପୃଷ୍ଠାର ଏତଲା ପଞ୍ଜିକୃତ କରାଯିବ ସହ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

publive-image indiatoday

ବିବାହର ଏକ ବର୍ଷ ମଧ୍ୟରେ ଛାଡପତ୍ର ହୋଇଥିବା ୨୫ ବର୍ଷୀୟା ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ୨୦୦୯ରେ ବିବାହ କରିଥିଲେ ଏବଂ କିଛି ସମୟ ପରେ ପରିବାରର କିଛି ସଦସ୍ୟଙ୍କ ସମେତ ୨୦ଜଣ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲେ | ଛାଡପତ୍ର ପରେ ମହିଳା ଜଣକ ପାଠ ପଢା ଜାରି ରଖିବା ପାଇଁ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ପରେ କିଛି ଲୋକ ତାଙ୍କ ସହ ଦୁଷ୍କର୍ମ କରିବା ସହ ଯଦି ପୁଲିସ ନିକଟକୁ ଯାଅ ତେବେ ତାଙ୍କୁ ହତ୍ୟା କରି ଦିଆଯିବ ବୋଲି ଧମକ ଦେଇଥିଲେ।

ପ୍ରଥମେ ଜୀବନକୁ ବଞ୍ଚାଇବା ପାଇଁ ପୀଡିତା ଅଭିଯୋଗ କରି ନଥିବା ବେଳେ ବାରମ୍ବାର ଏଭଳି ହେବାରୁ ଏବେ ସେ ପୁଲିସରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe