ପ୍ରଥମ ଥର ପାଇଁ ପାକ୍ ସୀମାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସୁରକ୍ଷା ଦେଲେ ଆସାମ ରାଇଫଲ୍ସର ମହିଳା ଯବାନ୍, ସମର୍ଥନ ଦେଲେ ସ୍ଥାନୀୟ ବାସିନ୍ଦା

Advertisment
ପ୍ରଥମ ଥର ପାଇଁ ପାକ୍ ସୀମାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସୁରକ୍ଷା ଦେଲେ ଆସାମ ରାଇଫଲ୍ସର ମହିଳା ଯବାନ୍, ସମର୍ଥନ ଦେଲେ ସ୍ଥାନୀୟ ବାସିନ୍ଦା

thelogicalindian.com

ଶ୍ରୀନଗର: ଭାରତୀୟ ସେନା ପ୍ରଥମ ଥର ପାଇଁ ପାକିସ୍ତାନ ସୀମାର ପ୍ରକୃତ  ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ମହିଳାମାନଙ୍କୁ ନିୟୋଜିତ କରିବାର ନିଷ୍ପତ୍ତି ନେଇଛି। ଆସାମ ରାଇଫଲ୍ସର କିଛି ମହିଳା ଯବାନ ଭ‌ାରତ-ପାକିସ୍ତାନ ସୀମାରେ ଥିବା ନିୟନ୍ତ୍ରଣ ରେଖାରେ ନିୟୋଜିତ ହୋଇ ଏବେ ପୁରୁଷ ଯବାନମାନଙ୍କ ସହ ମିଶି ସୀମାକୁ ସୁରକ୍ଷା ପ୍ରଦାନ କରିବେ।

ଭାରତର ପୂରାତନ ସାମରିକ ବାହିନୀ  ‘ଆସାମ ରାଇଫଲ୍ସ‌’ର ‘ରାଇଫଲ୍‌ ୱମ୍ୟାନ୍‌’ ୟୁନିଟିକୁ ଏବେ କଶ୍ମୀରରେ ସମୁଦ୍ର ପତ୍ତନର ୧୦ ହଜାର ଫୁଟ୍‌ ଉଚ୍ଚତାରେ ଥିବା ସାଧନା ପାସ୍‌ରେ ନିୟୋଜିତ କରାଯାଇଛି।

ଆର୍ମି ସର୍ଭିସ କର୍ପସର ମହିଳା ଅଧିକାରୀ କ୍ୟାପ୍‌ଟେନ୍‌ ଗୁରସିମ୍ରନ୍‌ କୌର୍‌ଙ୍କ ନେତୃତ୍ବରେ ୩୦ ଜଣ ମହିଳାଙ୍କୁ ନିୟନ୍ତ୍ରଣ ରେଖା ଆଡକୁ ଯାଇଥିବା ରାସ୍ତାକୁ ଜଗିବା ଦାୟିତ୍ବ ଦିଆଯାଇଛି।

ସାଧନା ପାସ୍ ନିକଟରେ ନିଶା କାରବାର, ନକଲି ମୁଦ୍ରା ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଆଦିକୁ ଯାଞ୍ଚ କରିବାକୁ ମହିଳା ଯବାନମାନଙ୍କୁ ଦାୟିତ୍ବ ଦିଆଯିବା ସହ ସେହି ବାଟ ଦେଇ ମହିଳାମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ତଦାରଖ କରିବାକୁ ମଧ୍ୟ କୁହାଯାଇଛି।

ଏ ନେଇ ଆସାମ ରାଇଫଲ୍ସ‌ ପକ୍ଷରୁ ଏକ ଟ୍ବିଟ୍‌ ହୋଇ ଲେଖାଯାଇଛି ଯେ ‘ପ୍ରଥମ ଥର ପାଇଁ କଶ୍ମୀରରେ ଆସାମ ରାଇଫଲ୍‌ର ମହିଳା କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସ୍ଥାନୀୟ ଜନସାଧାରଣଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ ନିଶ୍ଚୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe