ଜଶ୍ମୀରରେ ମହିଳା ଏସପିଓଙ୍କୁ ହତ୍ୟା

Advertisment
ଜଶ୍ମୀରରେ ମହିଳା ଏସପିଓଙ୍କୁ ହତ୍ୟା

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ ବେହିଲ ଅଞ୍ଚଳରେ ଶନିବାର ଅପରାହ୍ଣରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ମହିଳା ସ୍ବତନ୍ତ୍ର ପୁଲିସ୍ ଅଧିକାରୀ(ଏସପିଓ) ଖୁସବୁ ଜାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଖୁସବୁ ତାଙ୍କ ବେହିଲ ଗ୍ରାମ ସ୍ଥିତ ବାସଭବନରେ ଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳକୁ ଅଜଣା ଆତଙ୍କବାଦୀମାନେ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁରୁତର ଆହତ ଖୁସବୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଥିଲେ। ପରେ ସାରା ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରାବନ୍ଦୀ କରି ରଖି ତଲାସି ଅଭିଯାନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe