ଯେଉଁ ମହିଳାମାନଙ୍କ କାମ ପୁରୁଷମାନେ କରିପାରୁଛନ୍ତି ସେ ମହିଳାମାନେ ଘରେ ରୁହନ୍ତୁ: କାବୁଲ୍‌ର ତାଲିବାନ୍‌ ମେୟର୍‌

Advertisment
ଯେଉଁ ମହିଳାମାନଙ୍କ କାମ ପୁରୁଷମାନେ କରିପାରୁଛନ୍ତି ସେ ମହିଳାମାନେ ଘରେ ରୁହନ୍ତୁ: କାବୁଲ୍‌ର ତାଲିବାନ୍‌ ମେୟର୍‌

Image Courtesy of India Today

ନୂଆଦିଲ୍ଲୀ: ଯେଉଁ ମହିଳାମାନଙ୍କ କାମ ପୁରୁଷମାନଙ୍କଦ୍ବାରା କରାଯାଇ ପାରୁଛି ସେ ମହିଳାମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଘରେ ରୁହନ୍ତୁ; ସେମାନଙ୍କୁ ବେତନ ପ୍ରଦାନ କରାଯିବ ବୋଲି ତାଲିବାନ୍‌ ନିଯୁକ୍ତ କାବୁଲ୍‌ ମେୟର୍‌ ମୌଲବୀ ହମଦୁଲ୍ଲା ନୋମାନି କହିଛନ୍ତି।

କିନ୍ତୁ, କାବୁଲ୍‌ ପୌରପାଳିକାର ଯେଉଁ ମହିଳା କର୍ମଚାରୀମାନଙ୍କ କାର୍ଯ୍ୟ ପୁରୁଷମାନେ ତୁଲାଇ ପାରିବେ ନାହିଁ, ସେମାନଙ୍କୁ ଚାକିରି କ୍ଷେତ୍ରକୁ ଆସିବାକୁ ଅନୁମତି ଦିଆଯାଇଥିବା କଥା ମେୟର୍‌ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫପି ନିଉଜ୍‌ ଏଜେନ୍‌ସି’ ପୋଷ୍ଟ୍‌ କରିଥିବା ଭିଡିଓରେ ମେୟର୍‌ ନୋମାନି ଉପରୋକ୍ତ କଥା କହିଛନ୍ତି। ସେ ଆହୁରି ମଧ୍ୟ ବୁଝାଇ କହିଛନ୍ତି ଯେ, ପ୍ରଥମେ ଆମେ ସମସ୍ତଙ୍କୁ ସେମାନଙ୍କର ଚାକିରି ପଦବୀରେ ଯୋଗ ଦେବାକୁ ଅନୁମତି ଦେଇଥିଲୁ, କିନ୍ତୁ କିଛି ଦିନ ପାଇଁ ମହିଳାମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଇବା ଆବଶ୍ୟକ ବୋଲି ପରେ ‘ଇସ୍‌ଲାମିକ୍‌ ଏମିରେଟ୍‌’ ବିଚାର କଲା।

publive-image Image Courtesy of The Guardian

ସ୍ମରଣଯୋଗ୍ୟ, ଅଗଷ୍ଟ ମାସରେ କାବୁଲ୍ ନିୟନ୍ତ୍ରଣ କରିବାର କିଛି ଦିନ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ ଗୁରତ୍ବାରୋପ କରି କହିଥିଲେ, ଇସ୍‌ଲାମୀୟ ଆଇନ ଅନୁସାରେ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ। ଇସ୍‌ଲାମ୍‌ ଢାଞ୍ଚା ମଧ୍ୟରେ ସୀମିତ ରହି ସମାଜରେ ମହିଳାମାନେ ସକ୍ରିୟ ହେବେ।

କିନ୍ତୁ, ଗତ କିଛି ସପ୍ତାହ ହେବ ଆଫଗାନିସ୍ତାନରୁ ମିଳୁଥିବା ରିପ‌ୋର୍ଟ ଅନୁସାରେ, ନାରୀମାନଙ୍କ ଅଧିକାର କ୍ଷେତ୍ରରେ ନୂଆ କିଛି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe