କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟରେ ଓଡିଶା ସମ୍ପର୍କରେ ରୋଚକ ତଥ୍ୟ : ବିନା ପାରିଶ୍ରମିକରେ ୫ ଘଣ୍ଟା ଗୃହ କାର୍ଯ୍ୟ କରୁଛନ୍ତି ମହିଳା

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟରେ ଓଡିଶା ସମ୍ପର୍କରେ ରୋଚକ ତଥ୍ୟ : ବିନା ପାରିଶ୍ରମିକରେ ୫ ଘଣ୍ଟା ଗୃହ କାର୍ଯ୍ୟ କରୁଛନ୍ତି ମହିଳା

Business Standard

ନୂଆଦିଲ୍ଲୀ : ଓଡ଼ିଶାର ଗ୍ରାମୀଣ ଓ ସହରାଞ୍ଚଳର ୧୫ ରୁ ୫୯ ବୟସର ମହିଳାମାନେ ପ୍ରତ୍ୟେକ ଦିନ ୩୧୦ ମିନିଟ ଅର୍ଥାତ ୫ ଘଣ୍ଟା ୧୦ ମିନିଟ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ୧୫ ରୁ ୨୯ ବୟସର ମହିଳାମାନେ ୨୬୬ ମିନିଟ୍‌ ଓ ୬ ବର୍ଷରୁ ଉର୍ଦ୍ଧ୍ବ ମହିଳାମାନେ ପ୍ରତ୍ୟେକ ଦିନ ୨୬୦ ମିନିଟ୍ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟ କରୁଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ‘ଟାଇମ୍ ୟୁଜ୍’ ବା ସମୟ ଉପଯୋଗ ସର୍ଭେ ରିପୋର୍ଟରୁ ଏହିଭଳି ରୋଚକ ତଥ୍ୟ ମିଳିଛି।

ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଥମଥର ପାଇଁ ଏହି ସର୍ଭେ କରାଯାଇଥିଲା। ଜାନୁୟାରୀ ୨୦୧୯ ରୁ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେରେ ଦେଶରେ ୧.୩୯ ଲକ୍ଷ ପରିବାର ତଥା ଛଅ ବର୍ଷରୁ ଉର୍ଦ୍ଧ୍ବ ୪.୪୭ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ସର୍ଭେରେ ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମୋଟ ୪୮୬୫ ପରିବାରଙ୍କ ସମେତ ୧୩,୮୯୮ ବ୍ୟକ୍ତିମାନେ ସାମିଲ ହୋଇଥିଲେ। ଟାଇମୟୁଜ ସର୍ଭେରେ ୯ଟି ଭିନ୍ନ ଭିନ୍ନ କାଟାଗୋରିରେ ଲୋକମାନେ ୨୪ ଘଣ୍ଟାରେ କେଉଁ କାଟାଗୋରିରେ କେତେ ସମୟ ବିନିଯୋଗ କରୁଛନ୍ତି ତାହାର ସର୍ଭେ କରାଯାଇଥିଲା। ସର୍ଭେରେ ଓଡିଶାର ଗ୍ରାମୀଣ ଓ ସହରାଞ୍ଚଳର ମହିଳାମାନେ ଗୃହକାର୍ଯ୍ୟରେ ପୁରୁଷଙ୍କ ତୁଳନାରେ ବିନା ପାରିଶ୍ରମିକରେ ଅଧିକ ସମୟ ଉପଯୋଗ କରୁଥିବାର ଦର୍ଶାଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ରୋଜଗାର ସମ୍ବନ୍ଧୀୟ ଗତିବିଧିରେ ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ସମୟ ବିନିଯୋଗ କରୁଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୧୫ରୁ ୨୯ ବୟସର ପୁରୁଷ ପ୍ରତ୍ୟେକଦିନ ୨୨୬ ମିନିଟ, ୧୫ରୁ ୫୯ ବୟସର ପୁରୁଷ ୩୦୨ ମିନିଟ, ୬ ବର୍ଷରୁ ଅଧିକ ପୁରୁଷ ୨୩୫ ମିନିଟ ସମୟ ଉପଯୋଗ କରୁଥିବାବେଳେ, ଏହି ଆୟୁବର୍ଗର ମହିଳାମାନେ ଯଥାକ୍ରମେ, ୨୮,୪୮ଓ ୩୮ ମିନିଟ ସମୟ ଉପଯୋଗ କରୁଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe