ଲକଡାଉନ ସମୟରେ ଘରୋଇ ହିଂସାର ଅଭିଯୋଗ କରିବା ପାଇଁ ହ୍ଵାଟ୍ସଆପ ନମ୍ବର ଜାରି କଲା ଜାତୀୟ ମହିଳା ଆୟୋଗ

Advertisment
ଲକଡାଉନ ସମୟରେ ଘରୋଇ ହିଂସାର ଅଭିଯୋଗ କରିବା ପାଇଁ ହ୍ଵାଟ୍ସଆପ ନମ୍ବର ଜାରି କଲା ଜାତୀୟ ମହିଳା ଆୟୋଗ

Hindustan Times

ନୂଆଦିଲ୍ଲୀ: ଲକଡାଉନ ସମୟରେ ଘରୋଇ ହିଂସାର ଶିକାର ହେଲେ ଅଭିଯୋଗ କରିବା ପାଇଁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଶୁକ୍ରବାର ଦିନ ଏହି '୭୨୧୭୭୩୫୩୭୨' ହ୍ଵାଟ୍ସଆପ ନମ୍ବର ଜାରି କରିଛି। ଏକ ଟୁଇଟ୍‌ରେ ଏନସିଡବ୍ଲ୍ୟୁ ଲୋକଙ୍କୁ ଅନୁରୋଧ କରିଛି ଯେ, ଦିଆଯାଇଥିବା ନମ୍ବର ଜରିଆରେ ମେସେଜ ପଠାଇ ଘରୋଇ ହିଂସାର ରିପୋର୍ଟ କରନ୍ତୁ, ଯାହା ଦ୍ୱାରା ଏଜେନ୍ସି ଘରୋଇ ହିଂସା ଭୋଗୁଥିବା ମହିଳାମାନଙ୍କୁ ସହାୟତା ପ୍ରଦାନ କରିପାରିବ।

ଲକଡାଉନ ଉଠିବା ସହ ସାଧାରଣ କାର୍ଯ୍ୟାଳୟ ପୁନଃ ଆରମ୍ଭ ନହେବା ପର୍ଯ୍ୟନ୍ତ ଘରୋଇ ହିଂସାର ଶିକାର ହେଉଥିବା ମହିଳା ଏହି ନମ୍ବରରେ ଅଭିଯୋଗ କରିପାରିବେ | ଲକଡାଉନ ପରିସ୍ଥିତିରେ କାର୍ଯ୍ୟାଳୟକୁ ଚାଲୁ ରଖିବା ସମ୍ଭବ ନଥିବାରୁ ଏନସିଡବ୍ଲ୍ୟୁ ଏହି ହ୍ଵାଟ୍ସଆପ ନମ୍ବର ଜାରି କରିଛି |

WhatsApp dark mode: How to turn on dark mode in WhatsApp chat ... Daily Express

ଲକଡାଉନ ସମୟରେ ମଧ୍ୟ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ଏଭଳି ଘୋଷଣା କରାଯାଇଛି। ଏହା ଜଣାଯାଇଛି ଯେ, ଘରୋଇ ହିଂସାର ଶିକାର ହୋଇଥିବା ଅନେକ ମହିଳା ଲକଡାଉନ ଅବଧିରେ ଅଧିକ ଅସୁରକ୍ଷିତ ଅଟନ୍ତି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ, ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକଡାଉନ ହେବାଠାରୁ ଘରୋଇ ହିଂସାର ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ୬୯ଟି ଅଭିଯୋଗ କେବଳ ଇମେଲ ମାଧ୍ୟମରେ ଆସିଛି। ମାର୍ଚ୍ଚ ୨୪ରୁ ଏପ୍ରିଲ ୧ପର୍ଯ୍ୟନ୍ତ ମହିଳାଙ୍କ ପ୍ରତି ବିଭିନ୍ନ ଅପରାଧ ସହ ଜଡିତ ୨୫୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ୨୫୭ଟି ମଧ୍ୟରୁ ୬୯ଟି ଅଭିଯୋଗ ଘରୋଇ ହିଂସା ସହ ଜଡିତ ବୋଲି ଏନସିଡବ୍ଲ୍ୟୁ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe