ଲୋକେ ମାସ୍କ୍‌ ପିନ୍ଧିଲେ ଲକ୍‌ଡାଉନ୍‌ ଘୋଷଣା କରିବି ନାହିଁ: ଅରବିନ୍ଦ କେଜ୍ରିୱାଲ୍‌

Advertisment
ଲୋକେ ମାସ୍କ୍‌ ପିନ୍ଧିଲେ ଲକ୍‌ଡାଉନ୍‌ ଘୋଷଣା କରିବି ନାହିଁ: ଅରବିନ୍ଦ କେଜ୍ରିୱାଲ୍‌

Image Courtesy of India today

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ବି ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ଯୋଜନା କରି ନ ଥିବା କଥା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଆମେ ଲକ୍‌ଡାଉନ୍‌ ଘୋଷଣା କରିବାକୁ ଚାହୁଁନାହୁଁ। ଆପଣମାନେ ମାସ୍କ୍‌ ପିନ୍ଧିଲେ ଆମେ ଲକ୍‌ଡାଉନ୍‌ କରିବୁ ନାହିଁ। ବର୍ତ୍ତମାନ ସୁଦ୍ଧା ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ଉଦ୍ଦେଶ୍ୟ ନାହିଁ। କୋଭିଡ୍‌-୧୯ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ମାସ୍କ୍‌ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ।

କେଜ୍ରିୱାଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ରବିବାର ଦିନ ଦିଲ୍ଲୀରେ ୨୨,୦୦୦ ସଂକ୍ରମିତ ରେକର୍ଡ ହୋଇପାରନ୍ତି। ବର୍ଦ୍ଧିଷ୍ଣୁ ସଂକ୍ରମଣ ମାମଲା ଚିନ୍ତା ଉଦ୍ରେକକାରୀ ହେଲେ ମଧ୍ୟ ଭୟଭୀତ ହେବା ଅନାବଶ୍ୟକ। ଗତ ଲହର୍‌ ସମୟରେ ସଂଗୃହୀତ ତଥ୍ୟାବଳୀ ସମୀକ୍ଷା କରି ମୁଁ ଏକଥା କହୁଛି।

publive-image Image Courtesy of Zee News

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୦,୧୮୧ ନୂଆ ସଂକ୍ରମଣ ଏବଂ ଆଉ ୭ଟି କୋଭିଡ୍-୧୯ଜନିତ ମୃତ୍ୟୁ ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏବେ ଦିଲ୍ଲୀରେ ପଜିଟିଭିଟି ହାର ୧୯.୬୦%କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳୀରୁ ଜଣାପଡ଼ିଛି।

ସମ୍ପ୍ରତି ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୧୭୮ ଥିବା ବେଳେ ସେଥିରୁ ୨୫,୯୦୯ଜଣ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe