ଦଳ ଭଲରେ କହିଥିଲେ ମୁଁ ମୋ ଜୀବନ ଦେଇଥାନ୍ତି: ସ୍ବାତୀ ମାଲିୱାଲ୍‌

Advertisment
ଦଳ ଭଲରେ କହିଥିଲେ ମୁଁ ମୋ ଜୀବନ ଦେଇଥାନ୍ତି: ସ୍ବାତୀ ମାଲିୱାଲ୍‌

www.indiatoday.in

ନୂଆଦିଲ୍ଳୀ: ଆମ୍ ଆଦମୀ ପାର୍ଟି (ଆପ୍‌) ନେତ୍ରୀ ସ୍ବାତୀ ମାଲିୱାଲ୍‌ ରାଜ୍ୟସଭା ସଦସ୍ୟତା ଛାଡ଼ିବା ନେଇ ନିଜର ମୁହଁ ‌ଖୋଲିଛନ୍ତି। ସ୍ବାତୀ ମାଲିୱାଲ୍‌ ଗୁରୁବାର କହିଛନ୍ତି ଯେ ଯଦି ଦଳ ଚାହେଁ ତେବେ ସେ ଖୁସିରେ ତାଙ୍କ ରାଜ୍ୟସଭା ସଦସ୍ୟତା ଛାଡିଥାନ୍ତେ। ମାତ୍ର ତାଙ୍କୁ ସେପରି ଦଳ ପକ୍ଷରୁ କୁହାଯାଇନାହିଁ।

ଏକ ସାକ୍ଷାତ୍‌କାରରେ ସ୍ବାତୀ କହିଛନ୍ତି କି "ଯଦି ସେମାନେ ମୋତେ ରାଜ୍ୟସଭା ସଦସ୍ୟତା ତ୍ୟାଗ କରିବାକୁ ଭଦ୍ର ଭାବରେ କହିଥାନ୍ତେ ତେବେ ମୁଁ ମୋର ଜୀବନ ଦେଇ ଦେଇଥାନ୍ତି। କୌଣସି ପଦବୀର ଲୋଭ କେବେ ବି ମୋ ଭିତରେ ନାହିଁ।’’

ଯେତେବେଳେ ଜଣେ ରିପୋର୍ଟର ପଚାରିଲେ କି ଆପଣ ରାଜ୍ୟସଭା ସଦସ୍ୟତା ଛାଡ଼ନ୍ତୁ ବୋଲି ଆପ୍‌ ଚାହୁଁଥିଲା କି? ର ଉତ୍ତରରେ ସ୍ବାତୀ କହିଛନ୍ତି,  "ମୁଁ ୨୦୦୬ ମସିହାରେ ଏହି ଲୋକମାନଙ୍କ ସହ ଯୋଗଦେବା ପାଇଁ ମୋର ଇଞ୍ଜିନିୟରିଂ ଚାକିରି ଛାଡିଥିଲି, ଯେତେବେଳେ କେହି ସେମାନଙ୍କୁ ଜାଣି ନଥିଲେ ସେତବେଳୁ ମୁଁ ସେମାନଙ୍କ ସହ ଯୋଡ଼ି ହୋଇ ଅଛି। ମୁଁ ବିଭିନ୍ନ କାମ କରିସାରିଛି ଏବଂ ଏହି ସବୁ ବର୍ଷ ବିଭିନ୍ନ ପ୍ରକାରର ଅପରେସନ୍ ଚଳାଇଛି। କହିଥିଲେ ମୁଁ ସହଜରେ ଇସ୍ତଫା ଦେଇଥାନ୍ତି। ମୋର ‌ପଦବୀ ଲୋଭ କେବେ ବି ନାହିଁ।’’

ଦିଲ୍ଲୀ କମିସନ ଫର ମହିଳା (ଡିସିଡବ୍ଲ୍ୟୁ) ର ପୂର୍ବତନ ମୁଖ୍ୟ ଯୁକ୍ତି ଦର୍ଶାଇଥିଲେ ଯେ ସେ ବର୍ତ୍ତମାନ ଇସ୍ତଫା ଦେବେ ନାହିଁ, କିମ୍ବା କୌଣସି ଶକ୍ତି ତାଙ୍କଠାରୁ ରାଜ୍ୟସଭା ସଦସ୍ୟତା ଛଡ଼ାଇ ନେଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe