ନୂଆଦିଲ୍ଲୀ :ଭାରତ-ପାକିସ୍ତାନ ମଧ୍ୟରେ କୁଟନୈତିକ ସଂପର୍କ କ୍ରମଶଃ ତିକ୍ତତା ଆଡ଼କୁ ଗତି କରୁଛି। ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ଉପରକୁ ସେମାନଙ୍କ କୂଟନୀତିଜ୍ଞ ଓ ଦୂତାବାସ କର୍ମଚାରୀଙ୍କୁ ନିର୍ଯାତନା ଦେଉଥିବା ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଭାରତରେ ଅବସ୍ଥାପିତ ପାକିସ୍ତାନୀ ହାଇକମିସନରଙ୍କୁ ପାକିସ୍ତାନ ଫେରାଇ ଦେଇଛି। ନିକଟରେ ପାକିସ୍ତାନୀ ହାଇକମିସନର ଭାରତ ଫେରିଆସିବାର ସମ୍ଭାବନା ଥିଲେ ହେଁ, ପାକିସ୍ତାନୀ କର୍ତ୍ତୃପକ୍ଷ ଏ ନେଇ ନକାରାତ୍ମକ ସୂଚନା ଦେଇଛନ୍ତି। ପାକିସ୍ତାନ ପକ୍ଷରୁ କୁହାଯାଇଛି କି ଯେ ପର୍ଯ୍ୟନ୍ତ ଭାରତର ସିକ୍ରେଟ୍ ଏଜେଣ୍ଟ୍ମାନେ ପାକିସ୍ତାନ କୂଟନୀତିଜ୍ଞମାନଙ୍କୁ ନିର୍ଯାତନା ଦେବା ବନ୍ଦ ନ କରନ୍ତି,ସେ ପର୍ଯ୍ୟନ୍ତ କୂଟନୀତିଜ୍ଞ ଓ ତାଙ୍କ ପରିବାର ଲୋକେ ଭାରତ ଫେରିବେ ନାହିଁ।
ଭାରତରେ ଅବସ୍ଥାପିତ ପାକିସ୍ତାନୀ ହାଇକମିସନର୍ ସୋହେଲ୍ ମହମ୍ମଦଙ୍କୁ ଗତ ଗୁରୁବାର ଭାରତର ଅଭିଯୋଗ କ୍ରମେ ପାକିସ୍ତାନ ଫେରାଇ ଦେଇଥିଲେ। ଏହାପରେ ସେ ଅଳ୍ପଦିନ ମଧ୍ୟରେ ପୁନଶ୍ଚ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଥିଲା। ମାତ୍ର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଗୁଇନ୍ଦା ଏଜେନ୍ସି କୂଟନୀତିଜ୍ଞମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣୁଛି। ଏହା ବନ୍ଦ ନ ହେବା ଯାାଏଁ ହାଇ-କମିସନର୍ ଭାରତ ଫେରିବା ସମ୍ଭବ ନୁହେଁ ବୋଲି କହିଛି।
ଅନ୍ୟପକ୍ଷରେ ଓ୍ଵାର୍ଲଡ଼ ଟ୍ରେଡ୍ ଅର୍ଗାନାଇଜେସନ୍ ମନ୍ତ୍ରୀସ୍ତରୀୟ ବୈଠକରୁ ପାକିସ୍ତାନ ଓହରି ଯାଇଛି। ଆସନ୍ତା ୧୯ରୁ ୨୦ ତାରିଖ ଦୁଇ ଦିନ ଧରି ଏହି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି।
Follow Us