ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା

ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା

HW News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ଘେରିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

publive-image Hindustan

ଏସଂପର୍କରେ ଟୁଇଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ ଏପରି ଘଟଣାକୁ କେନ୍ଦ୍ର ସରକାର ଆଦୌ ବରଦାସ୍ତ କରିବେ ନାହିଁ। ତେଣୁ, ଏଘଟଣାରେ ଅଟକ ଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ଶାହା।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କାରବା ସହ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


ତେବେ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ବାତିଲ କରିବା ଲକ୍ଷ୍ୟରେ ଏହା ଶାସକ ବିଜେପି ଦଳର ଏକ ଚାଲ ଥିଲା ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଜାମିଆ ଛାତ୍ରମାନଙ୍କ ରାଲି ନିକଟକୁ ଆସି ଉକ୍ତ ଯୁବକ ଜଣକ ବଡ଼ ପାଟିରେ ଚିତ୍କାର କରି କହିଥିଲା- ‘କାହାକୁ ସ୍ୱାଧୀନତା ଦରକାର? ମୁଁ ଦେବି ସ୍ୱାଧୀନତା!’ ଏହା କହି ସାରି ସେ ଏକ ପିସ୍ତଲ ବାହାର କରି ଗୁଳିଚାଳନା କରିଥିଲା। ଏହି ଘଟଣାରେ ଜଣେ ଛାତ୍ର ଆହତ ହୋଇଥିଲେ।

publive-image Hindustan

ମହାତ୍ମା ଗାନ୍ଧୀଙ୍କ ପବିତ୍ର ତିଥି ଅବସରରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଦିଲ୍ଲୀର ଜାମିଆ ଅଞ୍ଚଳରୁ ସିଏଏ ଏବଂ ଏନଆରସି ବିରୋଧରେ ଏକ ରାଲି ବାହାର କରି ରାଜଘାଟ ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏହାପରେ ଗୁଳିଚାଳନା କରିଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଥିଲା। ଗିରଫଦାରି ପରେ ଯୁବକ ଜଣକ ନିଜ ନାମ ଗୋପାଳ ବୋଲି କହୁଥିବା ବେଳେ ତାଙ୍କ ପରିଚୟ ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe