Advertisment

ଏଭଳି ନାଟକୀୟ ଶୈଳୀରେ ଗିରଫ ହେଲେ ଏସ୍‌ଡିଏମ୍‌ଙ୍କୁ ଚାପୁଡ଼ା ମାରିଥିବା ନେତା

Advertisment

ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ନାଟକୀୟ ଭାବେ ଗିରଫ ହୋଇଛନ୍ତି।

Updated On

ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ନାଟକୀୟ ଭାବେ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
www.google.com

ନୂଆଦିଲ୍ଲୀ: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ କେଉଁ ଭଳି ଭାରେ ନାଟକୀୟ ଶୈଳୀରେ ଗିରଫ କରାଯାଇଛି ତାହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

ସେ ସହଜରେ ଆତ୍ମ ସମର୍ପଣ କରିବାକୁ ରାଜି ନଥିବାରୁ ପୁଲିସର ଏକ ଟିମ୍‌ ବହୁ କଷ୍ଟରେ ତାଙ୍କୁ ଗିରଫ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସେ ଚିତ୍କାର କରି ‘‘ମୁଁ ଆତ୍ମସମର୍ପଣ କରିବି ନାହିଁ" ବୋଲି ସ୍ପଷ୍ଟ କହି ଦେଇଛନ୍ତି।

ତାଙ୍କ ଗିରଫଦାରୀକୁ ନେଇ ଟଙ୍କ୍‌ ଜିଲ୍ଲାର ପୁଲିସ୍‌ ସୁପର୍‌ଟେଣ୍ଡେଣ୍ଟ୍‌ ବିକାଶ ସଙ୍ଗୱାନ୍‌ କହିଛନ୍ତି, ‘‘ଆମେ ତାଙ୍କୁ କହିଲୁ ତୁମେ ଆତ୍ମ ସମର୍ପଣ କର। ଆଇନ୍‌କୁ ହାତକୁ ନିଅ ନାହିଁ। ମାତ୍ର ସେ କହିଲେ  ‘‘ମୁଁ ଆତ୍ମସମର୍ପଣ କରିବି ନାହିଁ"।’’

ପୁଲିସ୍‌ ଦଳ ଦ୍ବାରା "ରଣନୈତିକ" ଅପରେସନ୍ ପରେ ତାଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରେ ବରିଷ୍ଠ ଅଧିକାରୀ ଏବଂ ପୂରା ପୁଲିସ୍‌ ଟିମ୍‌ ପ୍ରତିରକ୍ଷା ପୋଷାକ ପିନ୍ଧି ତାଙ୍କୁ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଛି। ପୁଲିସ୍‌ମାନେ ତାଙ୍କୁ ନେବା ବେଳେ ଲାଠି ପ୍ରୟୋଗ ବି କରିଥିଲେ। 

ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ପୂର ଘଟଣାଟି ଭିଡିଓରେରେ କ୍ୟାପ୍‌ଚର ହୋଇଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ପୁଲିସ୍‌ ଏବେ ଅଭିଯୁକ୍ତ ରଜନେତାଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ତେବେ ରାଜନେତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ‌ ଲୋକ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe