ବାରମ୍ବାର ନିର୍ବାଚନ ଯୋଗୁ କାର୍ଯ୍ୟ ବନ୍ଦ ହେଉଛି, ସମସ୍ତେ ଏକ ଦେଶ ଏକ ନିର୍ବାଚନ - ଉପରେ ଏକାଠି କାମ କରିବା ଉଚିତ୍: ପ୍ରଧାନମନ୍ତ୍ରୀ

Advertisment
ବାରମ୍ବାର ନିର୍ବାଚନ ଯୋଗୁ କାର୍ଯ୍ୟ ବନ୍ଦ ହେଉଛି, ସମସ୍ତେ ଏକ ଦେଶ ଏକ ନିର୍ବାଚନ - ଉପରେ ଏକାଠି କାମ କରିବା ଉଚିତ୍: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌କିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ୟୁନିଫର୍ମ ସିଭିଲ କୋଡ୍ ସମେତ ଅନେକ ବଡ଼ କଥା କହିଛନ୍ତି।

ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଏକ ଦେଶ,ଏକ ନିର୍ବାଚନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତେ ଏହି ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହୁଏ। ବାରମ୍ବାର ନିର୍ବାଚନ ଯୋଗୁ ଅନେକ କାର୍ଯ୍ୟ ବନ୍ଦ ହୋଇଯାଏ। ସେ କହିଛନ୍ତି, ରାଜନୈତିକ ଦଳ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି। ଏକ କମିଟି ମଧ୍ୟ ଭଲ ରିପୋର୍ଟ ଦେଇଛି।

ଦେଶର ଲୋକ, ରାଜନୈତିକ ଦଳ ଏବଂ ଯେଉଁମାନେ ସମ୍ବିଧାନ ବୁଝନ୍ତି ସେମାନେ ଏକ ଦେଶ, ଏକ ନିର୍ବାଚନ ହୃଦୟଙ୍ଗମ କରି ଏହାକୁ ଲାଗୁ କରିବାକୁ ଆଗେଇ ଆସିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି। ଆଜି ବିକାଶ ଯୋଜନାଗୁଡିକ ନିର୍ବାଚନ ସହିତ ଜଡିତ ଥିବା ଦେଖାଯାଉଛି। କାରଣ ପ୍ରତି ତିନି ରୁ ଛଅ ମାସରେ ଦେଶର କୌଣସି ସ୍ଥାନରେ ନିର୍ବାଚନ ଚାଲିଛି।

ସେ କହିଛନ୍ତି ଏନେଇ ଅନେକ ଥର ଆଲୋଚନା ହୋଇଛି। ସମସ୍ତଙ୍କୁ ଏକାଠି ହୋଇ ଏହାକୁ ନିର୍ବାଚନକୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶକୁ ଏକାଠି ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe