ମାର୍କେଟିଂ ଚାକିରି ଛାଡ଼ି ଦେଶ ପାଇଁ ଅସ୍ତ୍ର ଧରି ରଣକ୍ଷେତ୍ରରେ ୟୁକ୍ରେନର ୨୬ ବର୍ଷୀୟା ଯୁବତୀ ଏଲିନା

Advertisment
ମାର୍କେଟିଂ ଚାକିରି ଛାଡ଼ି ଦେଶ ପାଇଁ ଅସ୍ତ୍ର ଧରି ରଣକ୍ଷେତ୍ରରେ ୟୁକ୍ରେନର ୨୬ ବର୍ଷୀୟା ଯୁବତୀ ଏଲିନା

India Today

ନୂଆଦିଲ୍ଲୀ: ଏହା ଭିତରେ ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ଏବେ ମଧ୍ୟ ୟୁକ୍ରେନ୍‌ର ରାଜଧାନୀ କିବ୍‌କୁ ଘେରି ରହିଛି ରୁଷୀୟ ସେନା। ଏପରି ପରିସ୍ଥିତିରେ ନଜରକୁ ଆସିଛନ୍ତି କିବ୍‌ର ୨୬ ବର୍ଷୀୟା ଯୁବତୀ ଏଲିନା।

ଏଲିନା ହେଉଛନ୍ତି ହଜାର ହଜାର ୟୁକ୍ରେନ୍‌ ବାସିନ୍ଦାଙ୍କ ମଧ୍ୟରୁ ଜଣେ ଯିଏକି ନିଜ ଦେଶକୁ ସୁରକ୍ଷା ଦେବାକୁ ହାତରେ ଅସ୍ତ୍ର ଧରିଛନ୍ତି। ଏଲିନା କହନ୍ତି କି ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ସେ ମାର୍କେଟିଂ ଚାକିରି କରୁଥିଲେ। ଯୁଦ୍ଧ ଆରମ୍ଭ ହେବା ମାତ୍ରେ ସେ ୟୁକ୍ରେନ୍‌ ପ୍ରତିରକ୍ଷା ବାହିନୀରେ ଯୋଗ ଦେଇଛନ୍ତି। ଏବେ ଏଲିନା କିବ୍‌ର ଏକ ଚେକ୍‌ ପଏଣ୍ଟ୍‌ରେ ଆଞ୍ଚଳିକ ପ୍ରତିରକ୍ଷା ୟୁନିଟ୍‌ ସହିତ ନିୟୋଜିତ ହୋଇଛନ୍ତି।

ଏଲିନା ଇଣ୍ଡିଆ ଟୁଡେକୁ ନିଜର ବୟାନ ଦେଇ କହିଛନ୍ତି, ‘ଏଠାକାର ସ୍ଥାନୀୟ ‌ଲୋକ ଅତ୍ୟନ୍ତ ଦୟାଳୁ। ସମସ୍ତେ ୟୁକ୍ରେନ୍‌କୁ ସମର୍ଥନ କରନ୍ତି ଓ ଅଞ୍ଚଳର ପ୍ରତିରକ୍ଷା ତଥା ସେନାକୁ ସହାଯ୍ୟ କରିବାକୁ ସଦା ଉଦ୍ୟମରତ। ମୋ ପରି ଅନ୍ୟ ସମସ୍ତେ ମଧ୍ୟ ୟୁକ୍ରେନ୍‌ର ଭବିଷ୍ୟତକୁ ନେଇ ଚିନ୍ତିତ। ଶେଷରେ ମୁଁ ନିଶ୍ଚିତ କରୁଛି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଓ ସବୁକିଛି ଠିକ୍‌ ଅଛି।’ ଏହାଛଡ଼ା ଆବଶ୍ୟକସ୍ଥଳରେ ଅସ୍ତ୍ରକୁ କିପରି ବ୍ୟବହାର କରାଯାଇପାରିବ ତାହା ଜଣା ଅଛି ବୋଲି ଏଲିନା ଗଣମାଧ୍ୟମକୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe