ଭାରତକୁ ଆଗୁଆ ‘ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ୍‌’ ଯୋଗାଇ ଦେବାକୁ ସବୁ ପ୍ରକାର ଉଦ୍ୟମ ଚାଲିଛି: ରୁଷ୍‌

Advertisment
ୟୁକ୍ରେନ ଯୁଦ୍ଧ ଯୋଗୁଁ ଏସ-୪୦୦ ଯୋଗାଣ ସଂପୂର୍ଣ୍ଣ ହେବାକୁ ବିଳମ୍ବ ହୋଇପାରେ

Image Courtesy of NDTV

ମସ୍କୋ: ନିର୍ଦ୍ଧାରିତ ସମୟ ଆଗରୁ ଭାରତକୁ ‘ଏସ୍‌-୪୦୦ ମିସାଇଲ୍‌ ସି‌ଷ୍ଟମ୍‌’ ଯୋଗାଇ ଦେବାକୁ ସବୁ ପ୍ରକାର ଉଦ୍ୟମ ଚାଲିଥିବା କଥା ଆଜି ରୁଷ୍‌ କହିଛି।

ଆସନ୍ତାବର୍ଷ ଶେଷ ସୁଦ୍ଧା ଭାରତକୁ ଭୂପୃଷ୍ଠରୁ ଆକାଶକୁ ନି‌କ୍ଷେପ କରି ହେଉଥିବା ଏହି ‘ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ୍‌’ର ପ୍ରଥମ ବ୍ୟାଚ୍‌ ଯୋଗାଇ ଦିଆଯିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା।

ଏକ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀରେ ‘ଏସ୍‌-୪୦୦’ ରାଜିନାମା ସମ୍ପର୍କରେ ରୁଷ୍‌ର ଉପରାଷ୍ଟ୍ରଦୂତ ରୋମାନ୍‌ ବବୁସ୍କିନ୍‌ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ପୂର୍ବନିର୍ଦ୍ଧାରିତ ଯୋଗାଣ ବଳବତ୍ତର ରହିଛି। ୨୦୨୧ ସୁଦ୍ଧା ପ୍ରଥମ ବ୍ୟାଚ୍‌ ଯୋଗାଣ ହେବ ବୋଲି ଆଶା କରାଯାଉଛି। କିନ୍ତୁ, ଆଗୁଆ ଯୋଗାଣ ନିମନ୍ତେ ଆମେ ସବୁ ପ୍ରକାର ଉଦ୍ୟମ ଚଳାଇଛୁ।

publive-image Image Courtesy of Business Standard

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଶସ୍ତ୍ରବାହିନୀ ନିମନ୍ତେ ଭରତ-ରୁଷ୍‌ ମିଳିତ ଉଦ୍ୟୋଗରେ ୨୦୦ ‘କାମୋଭ୍‌ କା-୨୨୬ଟି’ ଆଟାକ୍‌ ହେଲିକପ୍ଟର୍‌ ଉତ୍ପାଦନ ନିମନ୍ତେ ଏକ ‘ମଲ୍ଟି-ବିଲିୟନ୍‌ ଡଲାର୍‌’ ରାଜିନାମା ପ୍ରସ୍ତୁତି ଚାଲିଛି। ଏହାଛଡ଼ା, ଭାରତ-ରୁଷ୍ ମିଳିତ ଉଦ୍ୟୋଗରେ ଭାରତରେ ୭ ଲକ୍ଷ ‘ଏକେ-୪୭ ୨୦୩’ ରାଇଫଲ୍‌ ଉତ୍ପାଦନ ନିମନ୍ତେ ମଧ୍ୟ ଏକ ରାଜିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ୫ଟି ‘ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ମିସାଇଲ୍‌’ କିଣିବାକୁ ୨୦୧୮ ଅ‌କ୍ଟୋବରରେ ଭାରତ ରୁଷ୍‌ ସହ ୫ ବିଲିୟନ୍ ଆମେରିକୀୟ ଡଲାର୍‌ର ରାଜିନାମା ସ୍ବାକ୍ଷର କରାଇଥିଲା। ଏହି ମିସାଇଲ୍‌ ସିଷ୍ଟମ୍‌ ନିମନ୍ତେ ଗତବର୍ଷ ଭାରତ ରୁଷ୍‌କୁ ପ୍ରଥମ କିସ୍ତିରେ ପ୍ରାୟ ୮୦୦ ନିୟୁତ ଡଲାର୍ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe