ବିଶ୍ୱ ବାଣିଜ୍ୟ ବୈଠକକୁ ପାକ୍‌ର ବର୍ଜନ

Advertisment

କୂଟନୀତିଜ୍ଞଙ୍କୁ ନିର୍ଯାତନା ପ୍ରସଙ୍ଗ

କୂଟନୀତିଜ୍ଞଙ୍କୁ ନିର୍ଯାତନା ପ୍ରସଙ୍ଗ

ଭାରତ ସହ କଥାବାର୍ତ୍ତା ଲାଗି ପାକିସ୍ତାନ ବାରମ୍ବାର ଅନୁରୋଧ କରୁଛି, କିନ୍ତୁ ମୋଦି ଶୁଣୁନାହାନ୍ତି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିବା ବେଳେ ଏବେ କୂଟନୀତିଜ୍ଞଙ୍କୁ ନିର୍ଯାତନା ପ୍ରସଙ୍ଗରେ ବିବାଦ ଚରମ ସୀମରେ ପହଞ୍ଚିଛି। ଭାରତରେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଭାରତ ନିର୍ଯାତନା ଦେଉଥିବା କହି ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଥିବା ପାକିସ୍ତାନ ଏବେ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରି ନୂଆ ଚାଲ୍‌ ଆରମ୍ଭ କରିଛି। ପ୍ରଥମେ ନିଜର ରାଷ୍ଟ୍ରଦୂତଙ୍କୁ ଇସଲାମାବାଦ୍‌ ଫେରାଇ ନେଇଥିବା ବେଳେ ଆସନ୍ତା ୧୯ରୁ ହେବାକୁ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବୈଠକକୁ ଆସିବନି ବୋଲି କହିଛି।

ସୂଚନାଯୋଗ୍ୟ, ଏହି ମନ୍ତ୍ରୀସ୍ତରୀୟ ଡବ୍ଲ୍ୟୁଟିଓ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭାରତ ଗତ ମାସରେ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ପରଭେଜ ମଲିକ୍‌ଙ୍କୁ ନିମନ୍ତ୍ରଣ କରିଥିଲା। ଇସଲାମାବାଦ୍‌ ମଧ୍ୟ ଉକ୍ତ ନିମନ୍ତ୍ରଣ ଗ୍ରହଣ କରିଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ଏହାର ବାଣିଜ୍ୟ ମନ୍ତ୍ରୀଙ୍କୁ ଭାରତ ପଠାଇବନି ବୋଲି ମନା କରିଦେଇଛି। ଅନ୍ୟପକ୍ଷେ, ପାକିସ୍ତାନ ରାଷ୍ଟ୍ରଦୂତ ସୋହେଲ ମେହମୁଦ ଗତ ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନରେ ପହଞ୍ଚି ସାରିଛନ୍ତି। ନିର୍ଯାତନା ପ୍ରସଙ୍ଗରେ ସେ ପାକିସ୍ତାନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ହିଁ ଡବ୍ଲ୍ୟୁଟିଓ ବାବଦରେ କୌଣସି ପଦକ୍ଷେପ ନିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ସୁତ୍ରରୁ ଜଣାଯାଇଛି। ପାକିସ୍ତାନ ଏପରିକି ଦିଲ୍ଲୀକୁ ‘ନନ୍‌-ଫ୍ୟାମିଲି ଷ୍ଟେସନ୍‌’ ଭାବେ ଘୋଷଣା ଅଥବା ମେହମୁଦଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତ ପଠାଇନପାରେ ବୋଲି ଜଣାଯାଇଛି। ଉଲ୍ଲେଖଯୋଗ୍ୟ, କୂଟନୀତିଜ୍ଞଙ୍କୁୁ ନିର୍ଯାତନା ପ୍ରସଙ୍ଗ ପରି ମିଥ୍ୟା ଅଭିଯୋଗ ପାକିସ୍ତାନ ଆଣିଥିବା ବେଳେ ପ୍ରକୃତରେ ପାକିସ୍ତାନରେ ହିଁ ଭାରତୀୟ କୂଟନୀତିଜ୍ଞ ମାତ୍ରାଧିକ ହଇରାଣ ହରକତ ହେଉଥିବା କଥା ଏବେ ପଦାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe