କୁଲଭୂଷଣ ମାମଲାରେ ପାକିସ୍ତାନକୁ ଝଟକା; ଆଇସିଜେର ନିଷ୍ପତ୍ତିକୁ ଭାରତର ସ୍ୱାଗତ, ପୂରା ଦେଶରେ ଖୁସିର ମାହୋଲ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନ ବିରୋଧରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ। ଭାରତୀୟ ନାଗରିକ ତଥା ନୌସେନାର ପୂର୍ବତନ ଅଧିକାରୀ  କୁଲଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ୧୫:୧ରେ ଆଜି ଭାରତ ସପକ୍ଷରେ ରାୟ ଶୁଣାଇବା ପରେ ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା।

publive-image

ଅନ୍ୟ ପକ୍ଷରେ ଆଇସିଜେରେ ଭାରତର ପାକିସ୍ତାନ ବିରୋଧରେ ଏକ ବଡ଼ ବିଜୟ ଘଟିଥିବା ବେଳେ ଆଇସିଜେର ରାୟକୁ ସବୁ ମହଲରୁ ସ୍ୱାଗତ କରା ଯାଇଛି । ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସଙ୍ଗେ ସଙ୍ଗେ ଏକ ଟୁଇଟ୍‌ କରି କହିଛନ୍ତି ଯେ ଆଇସିଜେରେ ଆଜି ଭାରତର ବିଜୟ ଘଟିଛି।


ସେହିପରି ବରଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ କହିଛନ୍ତି ଆଇସିଜେରେ ନ୍ୟାୟର ବିଜୟ ହୋଇଛି।


ଅନ୍ୟପକ୍ଷରେ ଆଇସିଜେର ରାୟ ପ୍ରକାଶ ପାଇବା ପରେ ତମାମ ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ କୁଲଭୂଷଣ ଯାଦବଙ୍କ ମା’, ପତ୍ନୀ ଓ ଭଉଣୀ ଖୁସି ଜାହିର କରିବା ସହ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe