‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଆଫଗାନିସ୍ତାନ

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଆଫଗାନିସ୍ତାନ

ଲକ୍ଷ୍ନୌ: ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍‌ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଆଫଗାନିସ୍ତାନ ଟିମ୍‌ର ଅଧିନାୟକ ହସ୍‌ମତୁଲ୍ଲା ଶାହିଦି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ୧.୧ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଶ୍ରୀଲଙ୍କା ୪ ରନ୍‌ ସଂଗ୍ରହ କରିଛି।

ଶ୍ରୀଲଙ୍କା ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ପତୁମ ନିଶଙ୍କ ଓ ଦିମୁତ କରୁଣାରତ୍ନେ।

ଆଫଗାନିସ୍ତାନ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ମୁଜୀବ ଉର୍‌ ରହମନ୍‌ ଓ ଫଜଲ୍‌ ହକ୍‌ ଫାରୁକି।

‘ଟସ୍‌’ ଜିଣିବା ପରେ ଆଫଗାନିସ୍ତାନର ଅଧିନାୟକ ହସ୍‌ମତୁଲ୍ଲା ଶାହିଦି କହିଛନ୍ତି, ଏ ବିଶ୍ବକପ୍‌ ଆମ ପାଇଁ ସ୍ମରଣୀୟ ହେବ ବୋଲି ପ୍ରାରମ୍ଭରୁ କହିଥିବା ପରି ମୋର ମନେହେଉଛି। ମୋର ବିଶ୍ବାସ ଥିବାରୁ ମୁଁ ଏକଥା କହିଥିଲି। ବିଶ୍ବାସ ନ ଥିଲେ କହି ନ ଥାନ୍ତି। ନିକଟ ଅତୀତରେ ଆମେ ଗୁଡ଼ାଏ ଭଲ କ୍ରିକେଟ୍‌ ଖେଳିଥିବାରୁ ଏ ବିଶ୍ବକପ୍‌ରେ ଭଲ ଖେଳିବୁ ବୋଲି ଜାଣିଥିଲି।

publive-image Image Courtesy of NDTV

ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍‌ କହିଛନ୍ତି, ଆମେ ଆଗ ବ୍ୟାଟିଙ୍ଗ୍‌ କରି ଆତ୍ମରକ୍ଷା ପାଇଁ ଭଲ ରନ୍‌ କରିବାକୁ ଚାହୁଁଥିଲୁ। ଗତ ୩ଟି ମ୍ୟାଚ୍‌ରେ ବ୍ୟାଟିଙ୍ଗ୍‌, ବୋଲିଙ୍ଗ୍‌ ଓ ଫିଲ୍‌ଡିଙ୍ଗ୍‌ ଆଦି ୩ଟି ‌କ୍ଷେତ୍ରରେ ଆମେ ଭଲ କରିଛୁ। ପୁଣି ଭଲ ଖେଳିବୁ ବୋଲି ଆଶା।

ଆଜି ଆଫଗାନିସ୍ତାନ ଏକାଦଶରେ ଖେଳୁଛନ୍ତି, ରହମନୁଲ୍ଲା ଗୁରବାଜ୍‌, ଇବ୍ରାହିମ୍‌ ଜର୍ଦାନ୍‌, ରହମତ୍‌ ଶାହ, ହଶମତୁଲ୍ଲା ଶାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକ୍ରାମ୍‌ ଅଲିଖିଲ୍‌ (ୱିକେଟ୍‌ରକ୍ଷକ), ମହମ୍ମଦ ନବି, ରଶିଦ୍‌ ଖାଁ, ମୁଜୀବ୍‌ ଉର୍‌ ରହମନ୍‌, ନବୀନ-ଉଲ୍‌-ହକ୍‌ ଓ ଫଜଲ୍‌ହକ୍‌ ଫାରୁକି।

ସେହିପରି ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପତୁମ୍‌ ନିଶଙ୍କ, ଦିମୁତ କରୁଣାରତ୍ନେ, କୁଶଳ ମେଣ୍ଡିସ୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଅସଲଙ୍କା, ଧନଞ୍ଜୟ ଡି ସିଲ୍‌ଭା, ଏଞ୍ଜେଲୋ ମାଥ୍ୟୁସ୍‌, ମହୀଶ ତୀକ୍ଷଣା, କସୁନ ରଜିତା, ଦୁଷ୍ମନ୍ତ ଚାମୀରା ଓ ଦିଲ୍‌ଶାନ୍‌ ମଦୁଶଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe