Advertisment

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଇଂଲଣ୍ଡ୍‌

Advertisment
‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଇଂଲଣ୍ଡ୍‌

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌର ‘ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଇଂଲଣ୍ଡ୍‌ ଟିମ୍‌ର ଅଧିନାୟକ ଜସ୍‌ ବଟ୍‌ଲର୍‌ ଭାରତ ବିପକ୍ଷରେ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ୧ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଭାରତ କୌଣସି ରନ୍‌ ସଂଗ୍ରହ କରିନାହିଁ।

ଭାରତ ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ରୋହିତ ଶର୍ମା ଓ ଶୁବମନ୍‌ ଗିଲ୍‌।

ଇଂଲଣ୍ଡ୍‌ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଡେଭିଡ୍‌ ୱିଲି।

‘ଟସ୍‌’ ଜିଣିବା ପରେ ଇଂଲଣ୍ଡ୍‌ର ଅଧିନାୟକ ଜସ୍‌ ବଟ୍‌ଲର୍‌ କହିଛନ୍ତି, ଆଜି ଆମେ ଆଗ ବୋଲିଙ୍ଗ୍‌ କରିବୁ। ଏଥିରେ କିଛି ବିଶେଷତ୍ବ ନାହିଁ, ନିଷ୍ପତ୍ତି ମାତ୍ର। ଭଲ ସୁଯୋଗ ଆସିଛି, ତେଣୁ ସର୍ବୋତ୍ତମ ଖେଳ ପ୍ରଦର୍ଶନ କରିବୁ ବୋଲି ଆଶା କରୁଛୁ। ପରିପୂର୍ଣ୍ଣ ଦର୍ଶକମାନଙ୍କ ଗହଣରେ ଭାରତ ବିପକ୍ଷରେ ଖେଳିବା ବଡ଼ ସୁଯୋଗ।

publive-image Image Courtesy of NDTV

ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ଆଗ ବ୍ୟାଟିଙ୍ଗ୍‌ କରିବାକୁ ଚାହୁଁଥିଲୁ। ପଡ଼ିଆ ଭଲ ଥିବାରୁ ୧୦୦ ଓଭର୍‌ ପର୍ଯ୍ୟନ୍ତ ଭଲ ଖେଳି ହେଉଛି। ଏକଥା ଭାବିବା ସହିତ ଭଲ ଖେଳିବା ବି ବଡ଼ କଥା।

ଆଜି ଇଂଲଣ୍ଡ୍‌ ଏକାଦଶରେ ଖେଳୁଛନ୍ତି, ଜନି ବେୟାର୍‌ଷ୍ଟୋ, ଡାୱିଡ୍‌ ମେଲାନ୍‌, ଜୋ ରୁଟ୍‌, ବେନ୍‌ ଷ୍ଟୋକ୍‌ସ୍‌, ହ୍ୟାରି ବ୍ରୁକ୍, ଜସ୍‌ ବଟ୍‌ଲର୍‌ (ଅଧିନାୟକ/ୱିକେଟ୍‌ ରକ୍ଷକ), ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌, ମୋଇନ୍‌ ଅଲି, କ୍ରିସ୍‌ ୱଆକ୍‌ସ୍‌, ଡେଭିଡ୍‌ ୱିଲି, ଆଦିଲ୍‌ ରଶିଦ୍‌ ଓ ମାର୍କ ଉଡ୍‌।

ସେହିପରି ଭାରତ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, କୁଳଦୀପ ଯାଦବ, ମହମ୍ମଦ୍‌ ଶାମି, ଜସ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ୍‌ ସିରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe